ଖରାପ ରାସ୍ତା ପାଇଁ ଆସି ପାରିଲା ନାହଁ ଆମ୍ବୁଲାନ୍ସ, ରୋଗୀଙ୍କୁ ଖଟିଆରେ ବୋହି ନେଲେ ଭଦ୍ରକ ମେଡିକାଲ

Published By : Prameya-News7 Bureau | June 11, 2021 IST

ଭଦ୍ରକ,୧୧/୦୬ : ଦୀପ ତଳ ଅନ୍ଧାର । ସହରର ଉପାନ୍ତରେ ଏମିତି ବିଚିତ୍ର ବ୍ୟବସ୍ଥା ଯେ ରାସ୍ତା ପାଇଁ ଯାଇ ପାରିଲା ନାହିଁ ଆମ୍ବୁଲାନ୍ସ । ଶେଷରେ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଲେ ପରିବାର ଲୋକେ । ସରକାରଙ୍କ ଗ୍ରାମୀଣ ବିକାଶର ବିକଳ ଚିତ୍ର ଏବେ ଭଦ୍ରକ ଜିଲ୍ଲାରେ ଦେଖିବା ପାଇଁ ମିଳିଛି ।

ଆମ୍ବୁଲାନ୍ସ ଯାଇ ନପାରିବା କାରଣରୁ ରୋଗୀକୁ ଖଟିଆରେ ନେବାକୁ ପଡ଼ିଛି । ଏ ଘଟଣା କୌଣସି ଉପାନ୍ତ ଅଞ୍ଚଳର ନୁହେଁ ବରଂ ଉପକୂଳ ଅଞ୍ଚଳର । ଭଦ୍ରକ ଜିଲ୍ଲା ଚରମ୍ପା ଅଂଚଳର ପାଞ୍ଚପଡାର ନାରାୟଣ ସେଠୀଙ୍କ ମା ଗୋଦାବରୀ ସେଠି ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ । ରାସ୍ତା ଖରାପ ଯୋଗୁ ଗାଁକୁ ଆମ୍ବୁଲାନ୍ସ ଆସି ନପାରିବାରୁ ବାଧ୍ୟ ହୋଇ କିଛି ବ୍ୟକ୍ତି ତାଙ୍କୁ ଖଟିଆରେ ବୋହି ଗ୍ରାମଠାରୁ ୧ କିଲୋମିଟର ନେବା ପରେ ତାଙ୍କୁ ୧o୮ ଆମ୍ବୁଲାନ୍ସରେ ଭଦ୍ରକ ମେଡିକାଲ କୁ ନିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.