ଗଛରେ ପିଟିହେଲା ୧୦୮ଆମ୍ବୁଲାନ୍ସ, ଡ୍ରାଇଭର ସମେତ ଦୁଇ ଗୁରୁତର

Published By : Prameya-News7 Bureau | February 08, 2020 IST

ନୀଳଗିରି ୮।୨: ରୋଗୀଙ୍କୁ ଛାଡି ଆସୁଥିବା ବେଳେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣା ଫଳରେ ଡ୍ରାଇଭର ସମେତ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

{"id":221685,"sizeSlug":"large"}

ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ନୀଳଗିରି  ଉଦଳା ରାସ୍ତା ଆମ୍ବୁଡିହା ନିକଟରେ ଆମ୍ବୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ରୋଗୀକୁ ଛାଡି ନୀଳଗିରି ଫେରୁଥିବା ବେଳେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଛି ୧୦୮ ଆମ୍ବୁଲାନ୍ସ । ଦୁର୍ଘଟଣା ଫଳରେ ଆମ୍ବୁଲାନ୍ସ ଡ୍ରାଇଭର ଗୁରୁତର ହୋଇଛନ୍ତି । ଆମ୍ବୁଲାନ୍ସରେ ଆସୁଥିବା ଅନ୍ୟ ଜଣେ ମଧ୍ୟ ଗୁରୁତର ହୋଇଛନ୍ତି ।

{"id":221686,"sizeSlug":"large"}

ସେମାନଙ୍କୁ ସ୍ଥାନୀୟ ଲୋକ ଓ ଦମକଳ ବାହିନୀ କର୍ମଚାରୀ ଉଦ୍ଧାର କରି ନୀଳଗିରି ଡାକ୍ତରଖାନରେ ଭର୍ତ୍ତି କରିଥିଲେ । ପରେ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଡ୍ରାଇଭର ଜଣଙ୍କ ମିତ୍ରପୁର ଅଂଚଳର ଖଗେନ୍ଦ୍ର ମହାଳିକ ଓ ଅନ୍ୟ ଜଣେ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଗାଁର ଯୋଗେଶ୍ୱର ମହନ୍ତ ବୋଲି ଜଣାପଡିଛି । ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.