scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଗଣତନ୍ତ୍ରର ମହାନ ପର୍ବରେ ୧୦୫ ବର୍ଷିୟା ବୃଦ୍ଧା ସାମିଲ, ପୋଷ୍ଟାଲ୍ ବାଲଟ୍ ବଦଳରେ ବୁଥ୍ ଦେଲେ ଭୋଟ୍, ଚର୍ଚ୍ଚାରେ ହିମାଚଳ ପ୍ରଦେଶର ନାରୋ ଦେବୀ

12/11/2022 at 4:49 PM

ଧର୍ମଶାଳା: ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେଲେ ୧୦୫ ବର୍ଷିୟା ବୃଦ୍ଧା । ନିର୍ବାଚନ ଆୟୋଗଙ୍କ ଗାଇଡ୍‌ଲାଇନକୁ ଏଡ଼ାଇ ପୋଲିଂ ବୁଥ୍ ମୁହାଁ ହୋଇ ଦେଲେ ଭୋଟ୍ । ବୃଦ୍ଧାଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ରହିଥିଲେ ମଧ୍ୟ ବୁଥ୍‌କୁ ଆସି ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି । ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ନାରୋ ଦେବୀ ପୋଷ୍ଟାଲ୍ ବାଲଟ୍‌ରେ ଭୋଟ୍ ନଦେଇ ମତଦାନ କେନ୍ଦ୍ରକୁ ଆସି ମତସାବ୍ୟସ୍ତ କରିଛନ୍ତି ।

ଶନିବାର ହିମାଚଳ ପ୍ରଦେଶରେ ବିଧାନସଭା ପାଇଁ ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଥିଲା । ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇଛନ୍ତି ସମସ୍ତେ । ତେବେ ଚାମ୍ବା ଜିଲ୍ଲାର ଚୁରାହ ବିଧାନସଭା ଆସନରେ ମତଦାନ କେନ୍ଦ୍ରରୁ ଆସି ଭୋଟ୍ ଦେଇଛନ୍ତି ୧୦୫ ବର୍ଷିୟା ବୃଦ୍ଧା । ୮୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ପୋଷ୍ଟାଲ ବାଲଟ୍ ମାଧ୍ୟମରେ ଭୋଟ୍ ଦେବାର ବ୍ୟବସ୍ଥା ରହିଥିଲେ ମଧ୍ୟ ନରୋ ଦେବୀ ବିକଳ୍ପ ବ୍ୟବସ୍ଥାକୁ ଏଡ଼ାଇ ମତଦାନ କେନ୍ଦ୍ରକୁ ଆସି ଇଭିଏମ୍ ମେସିନରେ ଭୋଟ୍ ଦାନ କରିଛନ୍ତି । ଗଣତନ୍ତ୍ରର ପବିତ୍ର ପର୍ବରେ ନିଜକୁ ସାମିଲ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଯାଇଛନ୍ତି ।

ହିମାଳଚଳ ପ୍ରଦେଶରେ ବିଧାନସଭା ପାଇଁ ଭୋଟିଂ ଚାଲିଛି । ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ ଏହା ସଂଧ୍ୟା ଯାଏଁ ଚାଲିବ । ମୋଟ୍ ୬୮ଟି ଆସନରେ ମତ ସାବ୍ୟସ୍ତ କରୁଛନ୍ତି ଭୋଟର । ୨୪ ମହିଳାଙ୍କ ସମେତ ମୋଟ୍ ୪୧୨ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଚାଲିଛି । ଦିନ ୩ଟା ସୁଦ୍ଧା ୫୫ ପ୍ରତିଶତ ଭୋଟିଂ ହୋଇଥିବା ରେକର୍ଡ କରାଯାଇଛି ।..

   Related Posts