oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

୧୦୩୮ କୋଟି ଟଙ୍କା କଳାଧନ, ୫୧ ଆକାଉଣ୍ଟରେ ଯାଇଛି ହଂକଂ…ମାମଲା ରୁଜ୍ଜୁ କଲା ସିବିଆଇ

6/01/2020 at 8:49 PM

ନୂଆଦିଲ୍ଲୀ ୬/୧– ହଂକଂ ଯାଇଛି ୧ ହଜାର ୩୮ କୋଟି ଟଙ୍କା  । ସବୁ କଳାଧନ । ଗତ କିଛି ବର୍ଷ ଧରି  କଳାଧନ ଚର୍ଚ୍ଚା ରାଜନୈତୀକ ମାହୋଲକୁ ଉଷ୍ମ କରି ରଖିଥିଲେ ବି ତାର ଚେର ଯେ କେତେ ଲମ୍ବା ତାହା କହିହେବନି । କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଏପରି ଏକ ବିରାଟ ପରିମାଣର କଳାଧନର ହିସାବ ପାଇଛି । ତେବେ ସେ ସବୁ କଳାଧନ ହଂକଂ ଯାଇସାରିଛି , ତାହା ପୁଣି ୪/୫ ବର୍ଷ ତଳୁ । ଏବେ ସେନେଇ ସିବିଆଇ ମାମଲା ରୁଜ୍ଜୁ କରିଛି ।

 ୫୧ ଟି ଆକାଉଣ୍ଟରୁ ହଂକଂ ଯାଇଛି ୧୦୩୮ କୋଟି ଟଙ୍କା । ତେବେ ସେହି ସବୁ ଆକାଉଣ୍ଟ ୪୮ ଟି ଫାର୍ମର ।ସୋମବାର ସିବିଆଇ ଦେଇଥିବା ସୂଚନା ଅନୁସାରେ ୫୧ ଟି ଆକାଉଣ୍ଟ ବିରୋଧରେ କେଶ୍ କରିଛି ସିବିଆଇ । ତେବେ ସେହି ସବୁ ଫାର୍ମରୁ ଅଧିକଂଶ ଚେନ୍ନାଇର ।  ବିପୁଳ ପରିମାଣର କଳାଧନ କିନ୍ତୁ ତିନିଟି ସରକାରୀ ବ୍ୟାଙ୍କର  କିଛି ଅଜ୍ଞାତ ଅଫିସରଙ୍କ ସହଯୋଗରେ ବିଦେଶକୁ ପଠାଯାଇଛି । ସେହି ତିନି ବ୍ୟାଙ୍କ ହେଲେ, ବ୍ୟାଙ୍କ ଅଫ ଇଣ୍ଡିଆ, ଭାରତୀୟ ଷ୍ଟେଟ ବ୍ୟାଙ୍କ୍ ଏବଂ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ ।

 ସିବିଆଇ ସୂଚନା ଅନୁସାରେ , ୪୮ ଟି ଫାର୍ମର ୫୧ ଟି ବ୍ୟାଙ୍କ ଖାତା ଉପରୋକ୍ଟ ତିନି ବ୍ୟାଙ୍କ୍ର ୪ ଟି ଶାଖାରେ ଖୋଲାଯାଇଥିଲା । ସେହି ଖାତାରୁ ହଂକଂକୁ ସେହି ଟଙ୍କା ୨୦୧୪/୧୫ ରେ ହିଁ ପଠାଯାଇଛି ।୨୪ ଟି ଆାକାଉଣ୍ଟରେ ବିଦେଶି ସାମଗ୍ରୀ  ମୂଲ୍ୟ ବାବଦକୁ ଡଲାର ବିନିମୟ ଲାଗି ଦେଣ ନେଣ ହୋଇଥିବାବେଳେ ୨୭ ଟି ଆକାଉଣ୍ଟରେ ବିଦେଶ ଭ୍ରମଣ ଆଦି କାମ ଲାଗି ଅର୍ଥ କାରବାର ହୋଇଛି । ତେବେ ଏସବୁ କଳା ଖାରବାର ଏବଂ କଳାଧନକୁ ବିଦେଶକୁ ଚାଲାଣର ତରିକା । ସିବିଆଇ ଏହି ମାମାଲାରେ କେଶ୍ ରୁଜ୍ଜୁ କରିବା ସହ ପୁରା ଘଟଣାର ଖୋଳତାଡ ଆରମ୍ଭ କରିଛି ।

   Related Posts