ସେଞ୍ଚୁରୀ ପାଖରେ 'କରୋନା' ଫେଲ, ସୁସ୍ଥ ହୋଇଗଲେ ୧୦୩ ବର୍ଷୀୟା ବୃଦ୍ଧା

Published By : Prameya-News7 Bureau | March 12, 2020 IST

ବେଜିଂ, ୧୨|୦୩: କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ଭାଇରସ ମହାମାରୀର ରୂପ ନେଇ ପ୍ରାୟ ୪୫୦୦ରୁ ଅଧିକ ଜୀବନ ନେବା ସହ ଶତାଧିକ ଦେଶକୁ କବଳିତ କରିଛି। ତେବେ ଅନେକ ଲୋକ ଏହି ଭାଇରସ ଦ୍ୱାରା ସଂକ୍ରମିତ ହୋଇ ସୁସ୍ଥ ମଧ୍ୟ ହୋଇଛନ୍ତି। ସେହିପରି ଜଣେ ୧୦୩ ବର୍ଷର ବୃଦ୍ଧା କରୋନା ଭାଇରସକୁ ମାତ ଦେଇଛନ୍ତି। ସେ ମାତ୍ର ୬ ଦିନରେ ସୁସ୍ଥ ହୋଇଛନ୍ତି।

{"id":237096,"width":753,"height":423,"sizeSlug":"large"}

୧୦୩ ବର୍ଷର ଝାଙ୍ଗ ଗୁଆଙ୍ଗଫେଗଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିବା ପରେ ତୁରନ୍ତ ବୁହାନର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଠାରେ ନିୟମିତ ଉପଚାର ପରେ ସେ ଶୀଘ୍ର ଠିକ ହୋଇଯାଇଛନ୍ତି। ତେବେ ତାଙ୍କ ଠାରେ କିଛି ଗୁରୁତର ଲକ୍ଷଣ ଦେଖାଯାଇ ନଥିଲା ତେଣୁ ସେ ସୁସ୍ଥ ହୋଇଗଲେ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।

{"id":237097,"width":749,"height":453,"sizeSlug":"large"}

ଡାକ୍ତରଙ୍କ କହିବାନୁସାରେ, ବୟସ୍କ ବ୍ୟକ୍ତିମାନେ ଶୀଘ୍ର ସଂକ୍ରମିତ ହୋଇଥାନ୍ତି କାରଣ ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମ ହୋଇଥାଏ।  ସେମାନେ ସୁସ୍ଥ ହେବାକୁ ମଧ୍ୟ ଅଧିକ ସମୟ ନେଇଥାନ୍ତି।

ସୂଚନାଯୋଗ୍ୟ, ଚୀନରେ ଏବେ ସୁଦ୍ଧା ୮୦୭୯୩ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୩୧୬୯ଜଣ ପ୍ରାଣ ହରାଇ ସାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.