୧୦୨ ଡାକ୍ତରଙ୍କୁ ମିଳିଲା ନିଯୁକ୍ତି, ନବ ନିଯୁକ୍ତଙ୍କୁ ନବୀନଙ୍କ ମନ୍ତ୍ର- ଚିକିତ୍ସାରେ ରହୁ ମାନବିକତାର ସ୍ପର୍ଶ

Published By : Prameya-News7 Bureau | November 18, 2023 IST

ଭୁବନେଶ୍ଵର: ସରକାରୀ ମେଡିକାଲ କଲେଜରେ ୧୦୨ ନୂଆ ସହକାରୀ ପ୍ରଫେସରଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଲୋକସେଭା ଭବନ କନଭେନ୍ସନ ସେଣ୍ଟରରେ ଆୟୋଜିତ ନିଯୁକ୍ତି ପର୍ବ ଅବସରରେ ଏହି ନବ ନିଯୁକ୍ତ ଡାକ୍ତମାନଙ୍କୁ ମନ୍ତ୍ର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଚିକିତ୍ସାରେ ମାନବିକତାର ସ୍ପର୍ଶ ରହୁ । ଡାକ୍ତରମାନେ ବୃତ୍ତିଗତ ଦକ୍ଷତା ପ୍ରତିପାଦନ କରିବା ସହ ଚିକିତ୍ସା ସମୟରେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ମାନବିକତା ପରଷି ଦେବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

wp:heading {"level":4}

ଅଧିକ ପଢନ୍ତୁ- ୩୪୯ଟି ନୂଆ ଆମ୍ବୁଲାନ୍ସ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ, ୪୮.୪୫ କୋଟି ଟଙ୍କା ବିନିଯୋଗ

/wp:heading

ଡାକ୍ତର ଏମିତି ଏକ ପେଶା ଯେଉଁଥିରେ ନିଜ ବୃତ୍ତି ପ୍ରତି ସମ୍ପୂର୍ଣ୍ଣ ପ୍ରତିବଦ୍ଧତା ଆବଶ୍ୟକ । ସେହିଭଳି ରୋଗୀ ଓ ସମ୍ପର୍କୀୟଙ୍କ ମନରେ ଆତ୍ମବିଶ୍ବାସ ସୃଷ୍ଟି କରିବା ଉଚିତ୍ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା ଗଠନରେ ପ୍ରତିଟି ଜୀବନ ମୂଲ୍ୟବାନ ଆଭିମୁଖ୍ୟକୁ କାର୍ଯ୍ୟକାରୀ କରିବାକୁ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।ଏହି ଅବସରରେ ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ବିଗତ ବର୍ଷରେ ୩ଶହ ସହକାରୀ ପ୍ରଫେସର ନିଯୁକ୍ତି ପାଇଛନ୍ତି । 

Image

ତ୍ଵରିତ ସ୍ୱାସ୍ଥ୍ୟ ସେବା ଦିଗରେ ଅନ୍ୟ ଏକ ଉଲ୍ଲେଖନୀୟ ପଦକ୍ଷେପ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୪୯ଟି ନୂଆ ଆମ୍ବୁଲାନ୍ସ ଓଡିଶାବାସୀଙ୍କ ନିମନ୍ତେ ଲୋକାର୍ପଣ କରିଛନ୍ତି । ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଠାରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ଆମ୍ବୁଲାନ୍ସ ରାଜ୍ୟର  ମେଡିକାଲ ଆମ୍ବୁଲାନ୍ସ ସେବାରେ ଯୋଗ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହା ଆହୁରି ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସହାୟକ ହେବ । ‘ପ୍ରତି ଜୀବନ ମୂଲ୍ୟବାନ’ ନୀତି ଅନୁଯାୟୀ ଆମର ଉଦ୍ୟମ ଜାରି ରହିବ ବୋଲି ସେ କହିଛନ୍ତି  ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.