ପୂର୍ବତନ ସେନା କର୍ମଚାରୀଙ୍କୁ ଅଟକାଇ ଗୁଳିକଲେ ଦୁର୍ବୃତ୍ତ, ଲୁଟିନେଲେ ୧୦ ହଜାର ଟଙ୍କା

Published By : Prameya-News7 Bureau | December 12, 2021 IST

ଖଲ୍ଲିକୋଟ ୧୨/୧୨ : ବେଗୁନିଆପଡ଼ା ଫାଣ୍ଡି ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା ଘଟିଛି।  ଅଙ୍ଗାରଗାଁ-ନୁଆଁଗଡ଼ ମୁଖ୍ୟରାସ୍ତାରେ ଗୁଳିକାଣ୍ଡ ହୋଇଥିବା ଜଣାପଡ଼ିଛି। ଅଭିଯୁକ୍ତମାନେ ଗୁଳିକରି ଜଣେ ପୂର୍ବତନ ସେନା କର୍ମଚାରୀଙ୍କ ଠାରୁ ୧୦ହଜାର ଟଙ୍କା ଛଡ଼ାଇ ନେଇଛନ୍ତି।  

ଅବସରପ୍ରାପ୍ତ ସେନାକର୍ମଚାରୀ ଜଣଙ୍କ ହୁମା ଅଞ୍ଚଳର ପୁଷ୍ପ ପ୍ରକାଶ ବେହେରା । ସେ ତାଙ୍କର କିଛି କାମସାରି ଅଙ୍ଗରଗାଁରୁ ହୁମା ଫେରୁଥିଲେ। ଏହି ସମୟରେ ଗୋଟିଏ ବାଇକରେ ୩ଜଣ ଆସି ତାଙ୍କୁ  ବନ୍ଧୁକ ଦେଖାଇ ଅଟକାଇଥିଲେ । ପାଖରେ ଥିବା ଟଙ୍କା ମାଗିଥିଲେ । ସେ ନଦେବାରୁ ଗୋଡକୁ ଗୁଳି କରିଥିଲେ ଓ ତାଙ୍କ ପାଖରୁ ନଗଦ ୧୦ହଜାର ଟଙ୍କା ନେଇଯାଇଥିଲେ। ଏଥିପାଇଁ  ତାଙ୍କ  ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି । ବର୍ତ୍ତମାନ ସୁମଣ୍ଡଳ ଡାକ୍ତରଖାନାରେ ସେ ଚିକିତ୍ସାଧୀନ ଅବସ୍ଥାରେ  ଅଛନ୍ତି।  ଏହି ଖବର ପାଇ ସ୍ଥାନୀୟ ପୋଲିସ ଡାକ୍ତରଖାନାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.