ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
2/12/2020 at 10:38 AM

ଓ୍ବାଶିଂଟନ୍ ୨/୧୨: କରୋନା ଭାଇରସ୍ ଯୋଗୁଁ ଆମେରିକାରେ ହାହାକାର ସୃଷ୍ଟି ହୋଇଛି। ବିଶ୍ବବ୍ୟାପି ମହାମାରୀ କରୋନା ଭାଇରସରେ ସଂକ୍ରମିତ ଆମେରିକାରେ ପରିସ୍ଥିତି ଭୟାବହ ହେବାକୁ ଲାଗିଛି ଏବଂ ଗତ ଏକ ସପ୍ତାହ ମଧ୍ୟରେ କରୋନା ସଂକ୍ରମଣରେ ପାଖାପାଖି ୧୦ହଜାର ଲୋକଙ୍କ ମୃତ୍ୟୁ ହୋଇଛି। ଆମେରିକାରେ କରୋନାରେ ଏବେ ସୁଦ୍ଧା ୨.୭୦ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଛି।
ଆମେରିକାର ନ୍ୟୁୟର୍କ,ନ୍ୟୁଜର୍ସି ଏବଂ କାଲିଫର୍ଣ୍ଣିଆ ଅଞ୍ଚଳ କରୋନାରେ ପୂରାପୂରି ପ୍ରଭାବିତ ହୋଇଛି। କେବଳ ନ୍ୟୁୟର୍କରେ କରୋନା ସଂକ୍ରମଣ କାରଣରୁ ୩୪,୬୬୨ଜଣଙ୍କ ମୃତ୍ୟୁ ହୋଇଛି। ନ୍ୟୁଜର୍ସିରେ ଏବେ ସୁଦ୍ଧା ୧୭୦୮୩ଜଣଙ୍କ ମୃତ୍ୟୁ ହୋଇସାରିଛି। କାଲିଫର୍ଣ୍ଣିଆରେ କୋଭିଡ-୧୯ରେ ଏବେ ସୁଦ୍ଧା ୧୯,୨୭୫ ଜଣଙ୍କ ମୃତ୍ୟୁ ହୋଇ ସାରିଛି। ଟେକ୍ସାସରେ ଏହା କାରଣରୁ ୨୨,୧୧୪ଜଣ ଏବେ ସୁଦ୍ଧା ପ୍ରାଣ ହରାଇଥିବାବେଳେ ଫ୍ଲୋରିଡ଼ାରେ କୋଭିଡ-୧୯ରେ ୧୮,୬୭୯ଜଣଙ୍କ ମୃତ୍ୟୁ ହୋଇସାରିଛି।
ଆମେରିକାରେ ଏହି ମହାମାରୀ ଭୟଙ୍କର ରୂପ ନେଇ ସାରିଛି। ଏବେ ସୁଦ୍ଧା ୧.୩୭ କୋଟିରୁ ଅଧିକ ଲୋକ ଏଥିରେ ସଂକ୍ରମିତ ହୋଇ ସାରିଛନ୍ତି। ଆମେରିକାର ଜନ୍ ହାପକିନ୍ସ ୟୁନିଭର୍ସିଟିର ବିଜ୍ଞାନ ଏବଂ ଇଞ୍ଜିନିୟରିଂ କେନ୍ଦ୍ର ତରଫରୁ ଜାରି କରାଯାଇଥିବା ତାଜା ଗଣନା ଅନୁଯାୟୀ ଆମେରିକାରେ କରୋନାରେ ମୃତ୍ୟୁବରଣ କରୁଥିବା ସଂଖ୍ୟା ୨,୭୦,୪୮୧ ପହଞ୍ଚି ଯାଇଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୧,୩୭,୦୯,୪୫୨ ହୋଇଯାଇଛି।
ଏହା ବ୍ୟତୀତ ମ୍ୟାସାଚୁସେଟସରେ ୧୦,୭୪୮ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପେନସିଲଭାନିଆରେ କରୋନାରେ ୧୦,୫୦୪ଜଣଙ୍କ ମୃତ୍ୟୁ ହୋଇଛି।
Related Posts
ଭିସ୍ତାରା ଏୟାରଲାଇନ୍ ଉପରେ ୭୦ ଲକ୍ଷ ଫାଇନ୍
6 February 2023