scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଇମରାନ ଖାନଙ୍କ ସମର୍ଥକଙ୍କ ଉପରେ ଟାର୍ଗେଟ, ୧୦୦୦ ସମର୍ଥକଙ୍କୁ କରାଗଲାଣି ଗିରଫ  

10/05/2023 at 4:49 PM

ନୂଆଦିଲ୍ଲୀ, ୧୦/୦୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନଙ୍କ ଗିରଫ ପରେ ଦେଶରେ ସୃଷ୍ଟି ହୋଇଛି ଉତ୍ତେଜନା। ଶନିବାର ଇସଲାମାବାଦ ହାଇକୋର୍ଟରୁ ଇମରାନଙ୍କୁ ଗିରଫ କରାଯାଇଥିଲା। ଗିରଫ ସମୟରେ ପାକ୍‌ ସେନା ଯବାନ ଇମରାନଙ୍କ କଲର ଧରି ଘୋଷାଡ଼ି ନେଇ ଥିବାର ଦେଖାଯାଇଥିଲା। ଇମରାନଙ୍କ ଗିରଫରେ ଦେଶରେ ଲୋକେ ଉତ୍ତେଜିତ ହୋଇପଡ଼ିଛନ୍ତି। ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଛନ୍ତି । ବିଭିନ୍ନ ସ୍ଥାନରେ ଫୋଡ଼ାଜଳା, ଭଙ୍ଗାରୁଜା ହୋଇଛି।

ଏବେ ସରକାର ଇମରାନ ଖାନଙ୍କ ସମର୍ଥକଙ୍କ ଉପରେ ଟାର୍ଗେଟ କରିବା ଆରମ୍ଭ କରିଦେଇଛନ୍ତି। ପାକିସ୍ତାନର ପଞ୍ଜାରେ ୧୦୦୦ ଇମରାନ ଖାନ ସମର୍ଥକଙ୍କୁ ଗିରଫ କରାଯାଇଛି। ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ଆଇନ ହାତକୁ ନେଉଥିବା ୯୪୫ ଜଣକୁ ଗିରଫ କରାଯାଇଛି। ଅଧିକାରୀ କହିବା ଅନୁଯାୟୀ ଇମରାନ ଖାନଙ୍କ ଗିରଫ ପରେ ହିଂସାରେ ୧୩୦ ଅଧିକାରୀ ଆହତ ହୋଇଛନ୍ତି।

ଇମରାନ ଖାନଙ୍କ ଗିରଫ ପରେ ଲାହୋର, କରାଚୀ, ଇସଲାମାବାଦ ଏବଂ ପେଶାଓ୍ବ ସହ ଦେଶରେ ଅନେକ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ପେଶାଓ୍ବରେ ରେଡିଓ ପାକିସ୍ତାନ ବିଲ୍ଡିଂ ଉପରେ ଇମରାନଙ୍କ ସମର୍ଥକ ନିଆଁ ଲଗାଇଦେଇଛନ୍ତି। ସେହିଭଳି ରାଓ୍ବଲପିଣ୍ଡିରେ ପାକ୍‌ ସେନା ମୁଖ୍ୟାଳୟରେ ମଧ୍ୟ ଭଙ୍ଗାରୁଜା କରିଥିଲେ। ଉତ୍ତେଜନାକୁ ଦେଖି ଇଣ୍ଟରନେଟ୍‌ ସେବା ବନ୍ଦ ରଖାଯାଇଛି।

ଅବସ୍ଥା କେତେ ଖରାପ ହୋଇଛି ତାହା ଏଥିରୁ ଜାଣିହେବ ଯେ ଖୈବର ପଖତୁ୍ନଖ୍ବା ସୁବେରେ ପାକ୍‌ ସେନାର ନିଯୁକ୍ତି କରିବାକୁ ପଡ଼ିଛି। ଏହାରି ବୁଧବାର ଇମରାନ ଖାନଙ୍କୁ ଇସଲାମାବାଦରେ ହାଜର କରାଯାଇଛି।

   Related Posts