କୋଭିଡକୁ ହରାଇଲେ ଶତାୟୁ ମହିଳା, କହିଲେ- 'ମୋ ସୁସ୍ଥ ହେବାର ରାଜ୍ ସେଓ'

Published By : Prameya-News7 Bureau | July 25, 2020 IST

ବେଙ୍ଗାଲୁରୁ, ୨୫|୦୭:  ସାରା ବିଶ୍ୱ ଏବେ କରୋନା ଭାଇରସର ମୁକାବିଲା କରୁଛି । ପ୍ରତିଦିନ ଦେଶରେ ହଜାର ହଜାର କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଗତ କିଛିଦିନ ହେବ ପ୍ରତିଦିନ ନୂଆ ପଜିଟିଭଙ୍କ ସଂଖ୍ୟା ୪୦ ହଜାର ଉପରେ ରହୁଛି । ସେହିପରି ଆକ୍ରାନ୍ତ ମଧ୍ୟ ସୁସ୍ଥ ହେଉଛନ୍ତି । ତେବେ କରୋନାକୁ ମାତ୍ ଦେଇଛନ୍ତି କର୍ଣ୍ଣାଟକ ବେଲେରୀ ଜିଲ୍ଲାର ଜଣେ ୧୦୦ ବର୍ଷୀୟା ବୃଦ୍ଧା ।

ବେଲେରୀ ଜିଲ୍ଲାର ହାଡଗଲ୍ଲୀ ସହରରେ ରହୁଛନ୍ତି  ୧୦୦ବର୍ଷୀୟା ମହିଳା ହଲ୍ଲାମା । ସେ ଗତ କିଛି ଦିନ ତଳେ କରୋନାରୁ ସୁସ୍ଥ ହୋଇଥିଲେ । ଚିକିତ୍ସିତ ସମୟର ଅନୁଭୂତି ସେ ବାଣ୍ଟିଛନ୍ତି ।

ସେ କହିଛନ୍ତି ଯେ, ଡାକ୍ତରମାନେ ତାଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ କରିଥିଲେ । ତାଙ୍କୁ ସୁଷମ ଖାଦ୍ୟ ଦିଆଯାଉଥିଲା । ଦୈନିକ ସେ ଗୋଟିଏ ଲେଖାଏଁ ସେଓ ଖାଉଥିଲେ । ନିୟମିତ ଭାବେ ଟାବଲେଟ୍ ଓ ଇଞ୍ଜେକ୍ସନ ଦିଆଯାଉଥିଲା । ଏବେ ସେ ସୁସ୍ଥ ଅଛନ୍ତି । କରୋନା ଏକ ସାଧାରଣ ଥଣ୍ଡା ଭଳି ।

ମହିଳାଙ୍କ ପୁତ୍ର, ବୋହୂ ଓ ନାତି ମଧ୍ୟ ଗତ ଜୁଲାଇ ୩ ତାରିଖରେ  କରୋନା ସଂକ୍ରମିତ ହୋଇଥିଲେ । ସେମାନଙ୍କର ଚିକିତ୍ସା ଘରେ ହିଁ ହେଉଥିଲା ।

ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବାନୁସାରେ, ମହିଳାଙ୍କ ପୁତ୍ର ଜଣେ ବ୍ୟାଙ୍କ କର୍ମଚାରୀ । ସେ ପ୍ରଥମେ କରୋନା ସଂକ୍ରମିତ ହୋଇଥିଲେ । ପରେ ହଲାମ୍ମାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ସେ ଗତ ୧୬ ତାରିଖରେ ସଂକ୍ରମିତ ହେବା ପରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.