ମଧ୍ୟପ୍ରଦେଶରେ ମକର ସଂକ୍ରାନ୍ତିରେ ଅଘଟଣ, ଚାଟ୍ ଖାଇ ୧୦୦ରୁ ଅଧିକ ଅସୁସ୍ଥ, ଚାଲିଛି ଚିକିତ୍ସା

Published By : Prameya-News7 Bureau | January 15, 2023 IST

ଭୋପାଳ: ମକର ସଂକ୍ରାନ୍ତିରେ ଚାଟ୍ ଖାଇ ଅସୁସ୍ଥ । ମଧ୍ୟପ୍ରଦେଶର ସିଧି ଜିଲ୍ଲାରେ ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ ରାମପୁର ଗୋଷ୍ଠୀ ସ୍ବାସ୍ଥକେନ୍ଦ୍ରରେ  ଭର୍ତ୍ତି କରାଯାଇଛି । ଏଥିରେ ଅଧିକାଂଶ ମହିଳା ଓ ଛୋଟ ପିଲା ରହିଛନ୍ତି । ୨୦ଜଣ ଗୁରୁତରଙ୍କୁ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ମୁତାବକ, ଶନିବାର ରାମପୁର ଉପଖଣ୍ଡ ନୌକିନ୍ ପଞ୍ଚାୟତରେ ଏହି ଅଭାବନୀୟ ଘଟଣା ଘଟିଛି । ସୋନ ନଦୀ ପାଖରେ ମକର ସଂକ୍ରନ୍ତି ପାଇଁ ମେଳା ଲାଗିଥିଲା । ହଜାର ହଜାର ସଂଖ୍ୟାରେ ଲୋକ ଏଠାରେ ଠୁଳ ହୋଇଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ମେଳାରେ ଅଧିକାଂଶ ଲୋକ ବୁଲାବୁଲି କରିବା ସହିତ ଚାଟ୍ ଓ ଗୁପଚୁପ୍ ଖାଇଥିଲେ । କିଛି ସମୟ ପରେ ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିଲା । କିଛି ଲୋକ ବେହୋସ ମଧ୍ୟ ହୋଇଯାଇଥିଲା । ପ୍ରାୟ ୧୦୦ରୁ ଅଧିକ ଲୋକଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏଥିମଧ୍ୟରୁ ୨୦ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅସୁସ୍ଥଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଛୋଟ ପିଲା ରହିଛନ୍ତି ।  

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଘଟଣା ସମ୍ପର୍କରେ ଅବଗତ ହୋଇଛନ୍ତି । ଘଟଣା ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମାମଲାର ମନିଟରିଂ କରାଯାଉଛି । ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ମେଡିକାଲରେ ପହଞ୍ଚି ଲୋକଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ପଚାରିବୁଝିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.