previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ମୟୂରଭଞ୍ଜ ଯିବେ ମୁଖ୍ୟମନ୍ତ୍ରୀ, ବୃହତ ଜଳସେଚନ ପ୍ରକଳ୍ପର କରିବେ ଲୋକାର୍ପଣ
  • ||
  • ବିପୁଳ ପରିମାଣର କାଠ ଜବତ, ବିଳମ୍ବିତ ରାତିରେ ହେଉଥିଲା ଚାଲାଣ
  • ||
  • କାଶ୍ମୀର ଘାଟି ଅଶାନ୍ତ, ପୁଣି ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କଲେ ଆତତାୟୀ
  • ||
  • ଆଣବିକ ଦସ୍ତାବିଜ ପାଇଁ ଟ୍ରମ୍ପଙ୍କ ଘରେ ହୋଇଥିଲା ଚଢଉ : ସାମ୍ନାକୁ ଆସିଲା ବଡ ତଥ୍ୟ
  • ||
  • ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ଦମ୍ ଦେଖାଇଲା ଜିମ୍ବାଓ୍ୱେ, ଟିମ୍ ଇଣ୍ଡିଆକୁ କଲା ସତର୍କ
  • ||

ଡରାଉଛି ବିସ୍ତାପିତଙ୍କୁ ନେଇ ମିଳିତ ଜାତିସଂଘର ରିପୋର୍ଟ, ୧୦ କୋଟି ପାର କଲା ଶରଣାର୍ଥୀଙ୍କ ସଂଖ୍ୟା

24/05/2022 at 11:17 PM

ନୂଆଦିଲ୍ଲୀ: ଚାରିଆଡେ ନିରାଶାର ଖବର। ପ୍ରତିଦିନ ସାମନାକୁ ଆସୁଛି ସମସ୍ତଙ୍କ ମନକୁ ଆନ୍ଦୋଳିତ କରିବା ପରି ଖବର । ଦୁନିଆକୁ ବିଶ୍ୱାସ ଥିଲା କରୋନା ପରେ ସ୍ଥିତିରେ ସୁଧାର ଆସିବ, ସମସ୍ତେ ଶାନ୍ତିରେ ରହିବେ। କିନ୍ତୁ ଭୁଶୁଡୁଥିବା ଅର୍ଥବ୍ୟବସ୍ଥା ଏବଂ ଯୁଦ୍ଧ ସବୁ ଆଶାକୁ ଭାଙ୍ଗିଛି। ଅକ୍ସଫେମର ଧନୀ ଏବଂ ଗରିବ ମଧ୍ୟରେ ବ୍ୟବଧାନ ରିପୋର୍ଟ ପରେ ଏବେ ସାମନାକୁ ଆସିଛି ୟୁଏନଏଚସିଆର ରିପୋର୍ଟ।

ୟୁଏନଏଚଏସଆର ରିପୋର୍ଟ ଅନୁସାରେ, ଦୁନିଆର ଶରଣାର୍ଥୀଙ୍କ ସଂଖ୍ୟା ୧୦ କୋଟି ପାର କରିଛି। ଏହା ପ୍ରଥମ ଥର ଯେତେବେଳେ ଏତେ ସଂଖ୍ୟାରେ ଲୋକେ ନିଜ ଘର ଛାଡିଛନ୍ତି । ଏହା ପଛରେ ରୁଷ-ୟୁକ୍ରେନ ଯୁଦ୍ଧ ଏକ ବଡ଼ କାରଣ।  ଯୁଦ୍ଧ ଏବଂ ଅନ୍ୟ ବିପଦ ଯୋଗୁଁ ୧୦ କୋଟିରୁ ଅଧିକ ଲୋକେ ନିଜ ଘର ଛାଡିବାକୁ ବାଧ୍ୟ ହୋଇଛନ୍ତି।

United Nations High Commissioner for Refugees ମିଳିତ ଜାତିସଂଘର ଶରଣାର୍ଥୀ ଏଜେନ୍ସି। ନୂଆ ଡାଟାକୁ ନେଇ ଏହି ତଥ୍ୟ ପ୍ରକାଶ କରିଛି ଏଜେନ୍ସି। ଏହା ପୂର୍ବରୁ ଆଫଗାନିସ୍ତାନରୁ ଆମେରିକା ସେନା ହଟିବା ପରେ ବହୁ ସଂଖ୍ୟାରେ ଲୋକେ ବିସ୍ତାପିତ ହୋଇଥିଲେ। ଏଜେନ୍ସି ଅନୁସାରେ, ଇଥୋପିଆ, ଡେମୋକ୍ରେଟିକ୍ ରିପବ୍ଲିକ ଅଫ କୋଙ୍ଗୋରେ ଅଧିକ ସଂଖ୍ୟାରେ ଲୋକେ ବିସ୍ତାପିତ ହୋଇ ଶରଣାର୍ଥୀ ହୋଇଛନ୍ତି। ସିରିଆ ଏବଂ ୟମନ ପରି ଦେଶରୁ ମଧ୍ୟ ଲୋକେ ଲାଗାତାର ବିସ୍ତାପିତ ହେଉଛନ୍ତି। ଶରଣାର୍ଥୀଙ୍କୁ ନେଇ ଏହି ଭୟଙ୍କର ସଂଖ୍ୟା କହୁଛି, ଏହା ଏପରି ଏକ ରେକର୍ଡ ଯାହା କେବେ ବି ହେବା କଥା ନୁହେଁ।

୧୦ କୋଟି ଲୋକେ ଯାହା ଦୁନିଆର ଜନସଂଖ୍ୟାର ପ୍ରାୟ ଏକ ପ୍ରତିଶତ। ଦୁନିଆର କେବଳ ୧୩ଟି ଦେଶର ଜନସଂଖ୍ୟା ୧୦ କୋଟିରୁ ଅଧିକ। ଏହି ତଥ୍ୟ ଅନୁସାରେ, ୨୦୧୨ରେ ଶରଣାର୍ଥୀଙ୍କ ସଂଖ୍ୟା ୪.୧ କୋଟି ଥିଲା। ୨୦୧୯ରେ ଏହା ବୃଦ୍ଧି ପାଇ ପ୍ରାୟ ଆଠ କୋଟି ହୋଇଥିଲା। ୨୦୨୦ରେ ଏହି ସଂଖ୍ୟା ୮ କୋଟିରୁ ଅଧିକ ହୋଇଥିଲା। ରିପୋର୍ଟ ଅନୁସାରେ,୨୦୨୧ ଶେଷ ସୁଦ୍ଧା ଏହି ସଂଖ୍ୟା ୯ କୋଟିରେ  ପହଞ୍ଚିଥିଲା। ଏଜେନ୍ସି ଅନୁସାରେ, ଆଫଗାନିସ୍ତାନ, ବୁର୍କିନା, ଫାସୋ, ଜିଆରସି, ଇଥୋପିୟା, ମିଆଁମାର ଏବଂ ନାଇଜେରିଆ ପରି ଦେଶରେ ହିଂସା ଯୋଗୁଁ ସ୍ଥିତି ଅଧିକରୁ ଅଧିକ ଖରାପ ହୋଇଛି।

ଫେବ୍ରୁଆରୀ ୨୪ରେ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା ରୁଷ। କେବଳ ଏହି ଯୁଦ୍ଧ ଯୋଗୁଁ ବର୍ତ୍ତମାନ ସୁଦ୍ଧା ୮୦ ଲକ୍ଷ ଲୋକେ ବିସ୍ତାପିତ ହୋଇସାରିଛନ୍ତି। ଏହି ୮୦ ଲକ୍ଷ ଲୋକେ ନିଜ ଦେଶରେ ହିଁ ବିସ୍ତାପିତ ହୋଇ ରହିଛନ୍ତି। ଅନ୍ୟପଟେ ୬୦ ଲକ୍ଷ ଲୋକେ ଦେଶ ଛାଡି ଶରଣାର୍ଥୀ ହେବାକୁ ବାଧ୍ୟ ହୋଇଛନ୍ତି। ୟୁଏନଏଚଆରସିର କହିବା କଥା, ଯେଉଁ କାରଣ ଯୋଗୁଁ ବିସ୍ତାପନ ବଢୁଛି ତାକୁ ରୋକିବା ଜରୁରୀ ଫଳରେ ସ୍ଥିତିରେ ସୁଧାର ଆସିପାରିବ।

   Related Posts