scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଲିବିୟାରେ ସେନାର ଦୁଇ ସଶସ୍ତ୍ର ବଳ ମଧ୍ୟରେ ସଂଘର୍ଷ; ୨୭ ମୃତ, ୧୦୬ ଆହତ

16/08/2023 at 4:41 PM

ନୂଆଦିଲ୍ଲୀ, ୧୬/୦୮: ଲିବିୟା ରାଜଧାନୀ ତ୍ରିପୋଲିରେ ସେନାର ଦୁଇ ସଶସ୍ତ୍ର ବଳ ମଧ୍ୟରେ ସଂଘର୍ଷ। ଏହି ସଂଘର୍ଷରେ ୨୭ ଜଣକ ମୃତ୍ୟୁ ହୋଇଥିବାବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି। ମଙ୍ଗଳବାର ଦେଶର ଜରୁରୀ ସେବା ୟୁନିଟ୍‌ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆାଯାଇଛି।

ରିପୋର୍ଟ ଅନୁଯାୟୀ, ସୋମବାର ଏହି ସଂଘର୍ଷ ଆରମ୍ଭ ହୋଇଥିଲା। ଯେତେବେଳେ ୪୪୪ ବ୍ରିଗେଡ କମାଣ୍ଡର ମହମ୍ମଦ ହମଜାଙ୍କୁ ତ୍ରିପୋଲିର ମୁଖ୍ୟ ମିଟିଗା ଏୟାରପୋର୍ଟରେ ଅଟକ ରଖାଯାଇଥିଲା। ଏୟାରପୋର୍ଟକୁ ସୁରକ୍ଷା ଯୋଗାଉଥିବା ୪୪୪ ବ୍ରିଗେଡ୍‌ଙ୍କ ମୁଖ୍ୟ ପ୍ରତିଦ୍ବନ୍ଦ୍ବି ସ୍ବତନ୍ତ୍ର ଡିଟେରାନ୍ସ ଫୋର୍ସ ମହମ୍ମଦଙ୍କୁ ଅଟକ ରଖିଥିଲା। ତେବେ କେଉଁଥିପାଇଁ ତାଙ୍କୁ ଅଟକ ରଖାଯାଇଥିଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଆଉ ଏହାକୁ ନେଇ ସଂଘର୍ଷ ଆରମ୍ଭ ହୋଇଯାଇଥିଲା। ଅନେକ ସ୍ଥାନରେ ପୋଡ଼ାଜଳା ମଧ୍ୟ ଦେଖିବାକୁ ମିଳିଥିଲା।

ଆହୁରି ପଢ଼ନ୍ତୁ: ରୁଷର ପରମାଣୁ ବୁଡ଼ାଜାହାଜରେ ସାମିଲ ହେବ ସବୁଠୁ ଘାତକ ମିଜାଇଲ, ଆମେରିକା ସେନା ପାଇଁ ବଡ଼ ବିପଦ !

ସମାଚାର ଏଜେନ୍ସୀ LANAର ରିପୋର୍ଟ ଅନୁଯାୟୀ, ମିଳିତ ଜାତିସଂଘ ଦ୍ବାରା ମାନ୍ୟତା ପ୍ରାପ୍ତ ରାଷ୍ଟ୍ରୀୟ ଏକତା ସରକାର ହମଜାକୁ ଏକ ନିରପେକ୍ଷ ଦଳ ଘୋଷଣା କରିବା ନେଇ ଚୁକ୍ତି ପରେ ମଙ୍ଗଳବାର ବିଳମ୍ବିତ ରାତିରେ ସଂଘର୍ଷ ବନ୍ଦ ହୋଇଥିଲା। ଏହି ବୁଝାମଣାରେ ତିପୋଲିରେ ସୈନ୍ୟ ଅଭିଯାନ, ସୈନ୍ୟ ୟୁନିଟ୍‌କୁ ବାରାକ୍‌କୁ ଫେରସ୍ତ, ସାର୍ବଜନିକ ଏବଂ ବ୍ୟକ୍ତିଗତ ସମ୍ପତ୍ତିକୁ ହୋଇଥିବା କ୍ଷତିର ଆକଳନ ଏବଂ ତାହାର କ୍ଷତିପୂରଣ ଆଦି ରହିଛି।

ରିପୋର୍ଟ ଅନୁଯାୟୀ, ମୃତାହାତଙ୍କ ମଧ୍ୟରେ ଅନେକ ସାଧାରଣ ନାଗରିକ ରହିଛନ୍ତି । ତେବେ ଏହି ଯୁଦ୍ଧକୁ ବର୍ଷରୁ ସବୁଠୁ ଗମ୍ଭୀର ଯୁଦ୍ଧ ଭାବରେ ଦେଖାଯାଉଛି। ଦ ୟୁନାଇଟେଡ ନେସନ୍ସ ସପୋର୍ଟ ମିଶନ ଇନ୍‌ ଲିବିୟା (UNSMIL) ମଙ୍ଗଳବାର କହିଛି ଯେ ‘ସୁରକ୍ଷା ଘଟଣା ଉପରେ ତୀକ୍ଷ୍ମ ନଜର ରଖାଯାଇଛି।

   Related Posts