ମହାକାଶ କ୍ଷେତ୍ରରେ ୨୫୦ ମିଲିୟନ ଆମେରିକୀୟ ଡଲାର ପୁଞ୍ଜିନିବେଶ କରିଛନ୍ତି ଶତାଧିକ ଉଦ୍ୟୋଗ

Published By : Prameya-News7 Bureau | December 17, 2022 IST

ନୂଆଦିଲ୍ଲୀ: ଭାରତୀୟ ଉଦ୍ୟୋଗ ଜଗତ ମହାକାଶ ଗବେଷଣା କ୍ଷେତ୍ରର ବିଭିନ୍ନ ଦିଗ ଯଥା ଲଞ୍ଚ ଭେଇକଲ, ସାଟେଲାଇଟ୍ସ, ପ୍ରୋପଲସନ ସିଷ୍ଟମ( ନିକ୍ଷେପଣ ପ୍ରକ୍ରିୟା ), ଗ୍ରାଉଣ୍ଡ ସର୍ଭିସ ଆଦିରେ କାର୍ଯ୍ୟ କରୁଛି। ମହାକାଶ କ୍ଷେତ୍ରରେ ଅଧିକ ବିକାଶ ପାଇଁ କେନ୍ଦ୍ର ସରକାର ୨୦୨୦ରେ ମଝିରେ ଏହାକୁ ଘରୋଇ କରଣ କରିବା ସହିତ ବିଭିନ୍ନ କମ୍ପାନୀକୁ ନିବେଶ କରିବାକୁ ଆହ୍ୱାନ ଦେଇଥିଲେ।

୨୦୨୨ ଡିସେମ୍ବର ବେଳକୁ ଏ କ୍ଷେତ୍ରରେ ଘରୋଇ କମ୍ପାନୀଗୁଡ଼ିକ ଭଲ ପ୍ରଦର୍ଶନ କରିବା ସହିତ ଏକାଧିକ ଉଦ୍ୟୋଗ ପୁଞ୍ଜି ନିବେଶ କରିଛନ୍ତି। ମହାକାଶ କ୍ଷେତ୍ରରେ ନିବେଶ କରିବାକୁ ସରକାର ଚାଳିତ ଇନ୍‌ ସ୍ପେଶ୍‌(ଇଣ୍ଡିଆନ୍‌ ନ୍ୟାସ୍‌ନାଲ୍ ସ୍ପେସ୍ ପ୍ରମୋସନ ଆଣ୍ଡ ଅଥୋରାଇଜେସନ ସେଣ୍ଟର)ରେ ୧୧୧ ଉଦ୍ୟୋଗ ପଞ୍ଜିକୃତ କରିଛନ୍ତି।

ଭାରତୀୟ ମହାକାଶ ସଂଘ(ASpA) ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଭାରତୀୟ ଉଦ୍ୟୋଗଗୁଡ଼ିକ ମହାକାଶ କ୍ଷେତ୍ରରେ ୨୪୫ ମିଲିୟନ ଆମେରିକୀୟ ଡଲାର ପୁଞ୍ଜି ନିବେଶ କରିଛନ୍ତି। ଏହା ବାଦ୍ ପୃଥିବୀ ଅବଲୋକ ଦିଗରେ କାର୍ଯ୍ୟ କରୁଥିବା ଗାଲାସ୍କଆଇ ସ୍ପେସ୍(, GalaxEye Space) ନାମକ ଏକ ମହାକାଶ ଟେକ୍ କମ୍ପାନୀ ଗୁରୁବାର ଘୋଷଣା କରିଛି ଯେ ୩.୫ ମିଲିୟନ ଆମେରିକୀୟ ଡାଲର ପୁଞ୍ଜି ନିବେଶ ପାଇଁ ଘୋଷଣା କରିଛି।  

ପୃଥିବୀ ପୃଷ୍ଟର ଅବୋଲକନ(ଆର୍ଥ ଅବଜର୍ବେସନ) ପାଇଁ ବିଶ୍ୱର ପ୍ରଥମ  ମଲ୍‌ଟି ସେନସର ସାଟେଲାଇଟ ଲଞ୍ଚ କରିବା ଦିଗରେ ଏହି ପାଣ୍ଠି ନିବେଶ  ହେବ। କମ୍ପାନୀର ସୂଚନା ଅନୁସାରେ, ଏହି ଟେକ୍ନୋଲୋଜୀ ଛୋଟ ଛୋଟ ଉପଗ୍ରହ ସାହାଯ୍ୟରେ ଉଚ୍ଚମାନର ଫଟୋ ଉଠାଇ ପାରିବାର ସକ୍ଷମ ହେବ। ଆଉ ଏହା ପୂରା କାର୍ଯ୍ୟକ୍ଷମ ହୋଇଗଲେ ମାତ୍ର ୧୨ ଘଣ୍ଟାରେ ଏହି ଟେକ୍‌ନିକ ସାରା ବିଶ୍ୱକୁ ଚିତ୍ରୋତ୍ତଳନ କରିପାରିବ ବୋଲି କମ୍ପାନୀ କହିଛି।

କେବଳ ସେତିକି ନୁହେଁ, ମହାକାଶ ଗବେଷଣା କ୍ଷେତ୍ରକୁ ଆହୁରି ଶକ୍ତିଶାଳି କରିବାକୁ ୨୦୨୩ରେ ଏକ ନୂଆ ମହାକାଶ ନୀତୀ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର। ମହାକାଶ କ୍ଷେତ୍ରରେ ଖର୍ଚ୍ଚ ବିଲ୍ ଦେଖିବା ପରେ ଅଣାଯିବାକୁ ଥିବା ନୂଆ ‘ଭାରତୀୟ ମହାକାଶ ନୀତି’ ଏକ ଗେମ୍‌ ଚେଞ୍ଜର ହେବ। ଯାହା ମହାକାଶର କ୍ଷେତ୍ରରେ ଅପ୍‌ଷ୍ଟ୍ରିମ ଓ ଡାଇନ୍‌ଷ୍ଟ୍ରିମ୍‌ କାର୍ଯ୍ୟଗୁଡ଼ିକୁ କଭର କରିବ। ଏବଂ ଘରୋଇ ମହାକାଶ କ୍ଷେତ୍ରରେ ପୁଞ୍ଜି ନିବେଶ କ୍ଷେତ୍ରର ଏକ ବଡ଼ ପରିବର୍ତ୍ତନ ଆଣିଦେବ।

ଏଥିସହିତ ସାଟେଲାଇଟ୍ ମେନ୍ୟୁଫେକ୍ଚରିଂ ପାଇଁ କେନ୍ଦ୍ର ସରକାରଙ୍କର ପିଏଲ୍ଆଇ (ପ୍ରଡକ୍ସନ ଲିଙ୍କ୍‌ ଇନ୍‌ସେଣ୍ଟିଭ୍‌) ସ୍କିମ୍ ଘରୋଇ ସ୍ପେଶ୍ ଇକୋସିଷ୍ଟମକୁ ବଳ ଦେବ। ଏବଂ ନୂଆ ଉଦ୍ୟୋଗକୁ ପୁଞ୍ଜି ନିବେଶ କରିବାକୁ ପ୍ରୋତ୍ସାହିତ କରିବ। ଏହି ସୂଚନା ଦେଇଛନ୍ତି ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ୍ ତଥା ISpA  ଡିଜି ଏକ ଭଟ୍ଟ ।

୨୦୨୨ରେ ଭାରତୀୟ ମହାକାଶ କ୍ଷେତ୍ରରେ ହୋଇଥିବା ବିକାଶ ସମ୍ପର୍କରେ ସୂଚନା ଦେଇ ISpA କହିଛି ଯେ ଇସ୍ରୋର ନ୍ୟୁସ୍ପେସ୍‌ ଇଣ୍ଡିଆ ଲିମିଟେଡ୍(NSIL) ଓ ବ୍ରିଟେନ୍ କମ୍ୟୁନିକେସନ କମ୍ପାନୀ ୱାନବେସ୍ ସହିତ ୮୬୦ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷରିତ ହୋଇଛି। ୫ଟି ପିଏସ୍‌ଏଲ୍‌ଭି ରକେଟ୍ ନିର୍ମାଣ କରିବା ପାଇଁ ଏହି ରାଶି ଏନ୍‌ଆଣ୍ଡଟି ଓ ହାଲ୍‌କୁ ଦିଆଯାଇଛି। ଏହି ଚୁକ୍ତି ଅନୁସାରେ ଭାରତରୁ ପ୍ରଥମ ଘରୋଇ ରେକେଟ ଓ ଏଲ୍‌ଇଓ ସାଟେଲାଇଟ୍ ଲଞ୍ଚ କରାଯିବାର ଯୋଜନା ରହିଛି।

ସେହିପରି ସାଟେଇଲାଟ୍‌ ବା ଉପଗ୍ରହ କ୍ଷେତ୍ରରେ ଉଦ୍ୟୋଗଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ବିକାଶ ହୋଇଛି। ଏଥିରେ ଏରୋସ୍ପେସ୍ କମ୍ପାନୀ ପିକ୍ସେଲ ଓ ଧ୍ରୁବ ସ୍ପେସ୍‌ ଦ୍ୱାରା ତୃତୀୟ ହାଇପରସ୍ପେକ୍ଟ୍ରାଲ୍ ସାଟେଲାଇଟ୍ ନିକ୍ଷେପ ସାମିଲ ରହିଛି। ସେହିପରି PSLV C54 ରେ ଧ୍ରୁବ୍ ସ୍ପେସ୍ କମ୍ପାନୀ ଦୁଇଟି ନାନୋସାଟେଲାଇଟ୍ସ ଲଞ୍ଚ କରିଛି।

ସେହିପରି ଦିଗନ୍ତର ବିଶ୍ୱର ପ୍ରଥମ କମର୍ସିଆଲ୍ ସ୍ପେସ୍ ୱେଦର ସେନସର ତିଆରି କରିଥିବା ବେଳେ ଅଗ୍ନିକୁଳ କସମୋସ କମ୍ପାନୀ ଶ୍ରୀହରି କୋଟାରେ ଭାରତର ପ୍ରଥମ ଘରୋଇ ସ୍ପେଶ୍ ଭେଇକଲ ଲଞ୍ଚପ୍ୟାଡ୍ ତିଆରି କରିଛି। ଯଦି ନିୟମିତ ଭାବରେ ଏହିଭଳି ବିକାଶ ଜାରି ରହେ ତେବେ ଭାରତ ଖୁବ୍‌ଶୀଘ୍ର ଆମେରିକା ଚୀନ ଓ ଋଷ ଭଳି ରାଷ୍ଟ୍ରକୁ ପଛରେ ପକାଇ ମହାକାଶ କ୍ଷେତ୍ରରେ ଖୁବ୍ ଆଗକୁ ଟପିଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.