ଆଜି ଜାରି ହେବ ବିଜେପିର ୧୦୦ ପ୍ରାର୍ଥୀଙ୍କ ନାଁ
19/03/2019 at 9:07 AM

ଦିଲ୍ଲୀ ୧୯/୩ : ଲୋକସଭା ନିର୍ବାଚନ ପାଇଁ ଆରମ୍ଭ ହୋଇସାରିଛି ମହାସଂଗ୍ରାମ | ନିର୍ବାଚନ ତାରିଖ ଘୋଷଣା ହେବା ମାତ୍ରେ ନିର୍ବାଚନୀ ମାହୋଲ ସୃଷ୍ଟି ହୋଇଛି | ରାଜନୈତିକ ଦଳମାନଙ୍କର ବୈଠକ, ରାଲି, ସମ୍ମିଳନୀ, ଜନସଭା ଆଦି ଆରମ୍ଭ ହୋଇଯାଇଛି | ଗତକାଲି ରାତିରେ ଓଡିଶା କଂଗ୍ରେସ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା | ଆଜି ବିଜେପି ନିଜର ୧୦୦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ | ତାଲିକା ୨ଟି ପର୍ଯ୍ୟାୟରେ ଜାରି ହୋଇପାରେ | ପ୍ରଥମ ପର୍ଯ୍ୟାୟ ତାଲିକା ସକାଳ ସମୟରେ ଜାରି ହେବ ଯେଉଁଥିରେ ପଶ୍ଚିମ ଉତ୍ତର ପ୍ରଦେଶର ପ୍ରାର୍ଥୀଙ୍କ ନାଁ ରହିବ | ଏହି ପର୍ଯ୍ୟାୟ ପାଇଁ ଗତକାଲି ଠାରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିଲା | ଦ୍ୱିତୀୟ ପର୍ଯ୍ୟାୟ ତାଲିକା ସନ୍ଧ୍ୟାରେ ଜାରି ହେବ | ଏହି ତାଲିକାରେ ଦେଶର ପ୍ରମୁଖ ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ |
ବିଜେପିର କେନ୍ଦ୍ରୀୟ ନିର୍ବାଚନ ସମିତି ବୈଠକ ଆଜି ସନ୍ଧ୍ୟା ସାଢେ ୫ଟାରେ ହେବ | ବୈଠକ ପରେ ୧୮୦ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ |