୧୦ ବର୍ଷର ନାବାଳିକାଙ୍କ ସହ ଦୁଷ୍କର୍ମ
11/08/2018 at 5:50 AM

ମାଲକାନଗିରି ୧୧/୮ : ପୁଣି ଲଜ୍ୟା । ମାଲକାନଗିରିରେ ଜଣେ ୧୦ ବର୍ଷର ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ । ଚାଲାଣଗୁଡା ପଞ୍ଚାୟତର ଏମ.ଭି.୪ ଗ୍ରାମର ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀ ନିଜ ମାମୁ ଘର ଏମ.ଭି.୧୦ ଗାଁକୁ ବୁଲିବାକୁ ଯାଇଥିବା ବେଳେ ଅଘଟଣ ଘଟିଛି । ମାମୁ ଘର ପୋଡଶୀ ଚିଣ୍ଟୁ ବରାଳ ନାବାଳିକାଙ୍କୁ ଘରୁ ଡାକିନେଇ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ନାବାଳିକାଙ୍କ ଶରୀରରୁ ମାତ୍ରାଧିକ ରକ୍ତ ଶ୍ରାବ ହେବା ପରେ ସେ ଗୁରୁତର ହୋଇ ପଡିଥିଲେ । ସଂପର୍କୀୟ ମାନେ ତାଙ୍କୁ ତୁରନ୍ତ ଜିଲ୍ଲା ସଦର ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ସେପଟେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ପଚରା ଉଚୁରା କରୁଛି । ଅଭିଯୁକ୍ତ ଚିଣ୍ଟୁ ବରାଳଙ୍କ ବୟସ ୨୦ ବର୍ଷ ବୋଲି ଜଣା ପଡିଛି । ପୀଡିତା ସୁସ୍ଥ ହେବା ପରେ ତାଙ୍କୁ କାଉନସିଲିଂ କରାଯିବ ବୋଲି ଚାଇଲଡ ଲାଇନ ସଦସ୍ୟ କହିଛନ୍ତି ।