୩ ବର୍ଷର ଶିଶୁକୁ ଦୁଷ୍କର୍ମ କଲା ୧୦ ବର୍ଷର ନାବାଳକ, ପୋଲିସ ବି ଆଶ୍ଚର୍ଯ୍ୟ

Published By : Prameya-News7 Bureau | June 28, 2021 IST

ଜୟପୁର ୨୮/୦୬ : ରାଜସ୍ଥାନରୁ ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ଭିଲବାଡା ଜିଲ୍ଲାରେ ଏକ ୧୦ ବର୍ଷର ନାବାଳକ ନିଜର ୩ ବର୍ଷର ସମ୍ପର୍କୀୟ ଭଉଣୀକୁ ଦୁଷ୍କର୍ମ କରିଛି। ଘର ପାଖ ବାଡ଼ିରେ ନାବାଳକ ଏହି କୁକର୍ମ କରିଛି। ଶିଶୁର ଜେଜେମା ଘଟଣା ସମ୍ପର୍କରେ ଜାଣି ନାବାଳକ ଘରକୁ ଯାଇ ଅଭିଯୋଗ କରିଥିଲେ। କିନ୍ତୁ ନାବାଳକର ମା' ଓ ଶିଶୁର ଜେଜେମା ସହ ଝଗଡା ହୋଇଥିଲା। ଏହାପରେ ଶିଶୁର ଜେଜେମା ଥାନାରେ ମାମଲା ରୁଜ୍ଜୁ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ମାମଲାର ତଦନ୍ତ କରୁଛି।

ପୋଲିସ ଅନୁଯାୟୀ, ଶିଶୁର ଜେଜେମା ଅଭିଯୋଗ କରିଛନ୍ତି ଯେ ଜୁନ ୨୬ ତାରିଖ ଅପରାହ୍ନ ସମୟରେ ତାଙ୍କର ୩ ବର୍ଷର ନାତୁଣୀ ବାଡ଼ିରେ ଖେଳୁଥିଲା। କିନ୍ତୁ ଯେତେବେଳେ ସେ ପଶୁଙ୍କୁ ପାଣି ଦେବାକୁ ବାଡ଼ିକୁ ଗଲେ ଶିଶୁର ପାଟି ଶୁଣିଥିଲେ। ନାତୁଣୀର ପାଟି ଶୁଣି ସେ ତା ପାଖକୁ ଗଲେ। ଘଟଣାସ୍ଥଳରେ ନାବାଳକ ଶିଶୁ ସହ ଦୁର୍ବ୍ୟବହାର କରୁଥିବା ବେଳେ ସେ ତାଙ୍କୁ ଧରି ଦେଇଥିଲେ। ସେ ନାବାଳକକୁ ଗଲି କରିଥିଲେ ଓ ତାଙ୍କ ଘରକୁ ଯାଇ ତା ମା'କୁ ସବୁ ଘଟଣା କହିଥିଲେ।

ଏଥିରେ ନାବାଳକର ମା' ରାଗି ଯାଇଥିଲେ ଓ ଦୁଇ ମହିଳାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ତାପରେ ପୀଡିତାର ଜେଜେମା ଥାନାରେ ମାମଲା ରୁଜ୍ଜୁ କରିଥିଲେ। ପୋଲିସ ପୋକ୍ସୋ ଆକ୍ଟରେ ମାମଲା ରୁଜ୍ଜୁ କରି ଦୁଇ ଶିଶୁର ମେଡିକାଲ ଯାଞ୍ଚ କରାଇଛି। ଯାଞ୍ଚ ପରେ ପୋଲିସ ଦୁଇଜଣଙ୍କୁ ଶିଶୁ କଲ୍ୟାଣ କମିଟି ସମ୍ମୁଖରେ ଉପସ୍ଥାପିତ କରି ଶିଶୁକୁ ଜେଜେମାଙ୍କୁ ହସ୍ତାନ୍ତର କରାଯାଇଥିଲା। ଅଭିଯୁକ୍ତ ନାବାଳକକୁ ତା ପିତାଙ୍କୁ ହସ୍ତାନ୍ତର କରାଯାଇଛି। ଅଭିଯୁକ୍ତ ନାବାଳକ ଏତେ ଛୋଟ ବୟସରେ ଏହିଭଳି କାର୍ଯ୍ୟ କରିଥିବା ଦେଖି ପୋଲିସ ସମେତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.