ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ୍‌, ଚାରି ବର୍ଷ ତଳେ ୧୪ ବର୍ଷର ନାବାଳିକାକୁ କରିଥିଲା ଦୁଷ୍କର୍ମ

Published By : Prameya-News7 Bureau | September 10, 2024 IST

ବାଲିପାଟଣା: ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ୍‌। ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଂଚଳରେ ଘଟିଥିବା ଏକ ନାବାଳିକା ଦୁଷ୍କର୍ମ ଘଟଣାରେ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି ଭୁବନେଶ୍ବର ଫାଷ୍ଟଟ୍ରାକ ସ୍ପେଶାଲ ପୋକ୍ସୋ କୋର୍ଟ । ଜରିମାନା ଅନାଦେୟ କଲେ ଅଭିଯୁକ୍ତକୁ ଅଧିକ ୩ ମାସ ଜେଲ୍ ଦଣ୍ଡ ହେବ । 

ସୂଚନାଥାଉକି, ୨୦୨୦ରେ ଅଭିଯୁକ୍ତ ଦିପୁ ବେହେରା ଜଣେ ୧୪ ବର୍ଷର ନାବାଳିକାଙ୍କୁ ବଣକୁ ଟେକି ନେଇ ବଳପୂର୍ବକ ଦୁଷ୍କର୍ମ କରିଥିଲା । ପରେ ଥାନାରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଅଭିଯୋଗ ପରେ ଦିପୁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବାଲିଅନ୍ତା ଥାନା ପୋଲିସ୍ । ୪ ବର୍ଷ ପରେ ମାନ୍ୟବର କୋର୍ଟ ଅଭିଯୁକ୍ତକୁ ଏହି ସଜା ଶୁଣାଇଛନ୍ତି ।

ତେବେ ଗତବର୍ଷ ସମୁଦାୟ ୮୨ଟି ମାମଲାରେ ଦୋଷୀମାନଙ୍କୁ ସଜା ଦିଆଯାଇ ସାରିଥିବାବେଳେ ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲା ତରଫରୁ ଚଳିତ ବର୍ଷ ଏଯାବତ ୭୩ଟି ମାମଲାରେ ଦୋଷୀଙ୍କୁ ସଜା ହୋଇସାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.