ଚିଙ୍ଗୁଡି ଘେରିରେ ପଡି ୧୦ ବର୍ଷ ବାଳକର ମୃତ୍ୟୁ, ସାଇକେଲରେ ଆସୁଥିବା ଖସିପଡିଲେ
5/05/2023 at 9:58 AM

ଚାନ୍ଦବାଲି ୦୫/୦୫: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଧାମରା ପଞ୍ଚାୟତ ଗୁଆଁଳ ଗ୍ରାମରେ ଏକ ଅଭାବନୀୟ ଘଟଣା । ଚିଙ୍ଗୁଡ଼ି ଘେରିରେ ପଡି ଜଣେ ୧୦ ବର୍ଷର ବାଳକର ମୃତ୍ୟୁ ହୋଇଛି ।
ଗୁଆଁଳ ଗ୍ରାମର ଦିଗମ୍ବର ବାରିକଙ୍କ ପୁଅ ରୁଦ୍ର ବାରିକ ଚିଙ୍ଗୁଡ଼ି ଘେରିରେ ମାଛଧରା ବେଳେ ସାଇକେଲରେ ବାପାଙ୍କ ନିକଟକୁ ଯାଇଥିଲେ । ଚିଙ୍ଗୁଡ଼ି ଘେରୀରୁ ଫେରିବା ବେଳେ ସାଇକେଲ ଚଳାଇ ଆସୁଥିବା ବେଳେ କାଦୁଅ ଖସଡ଼ା ଯୋଗୁଁ ଚିଙ୍ଗୁଡ଼ି ପୋଖରୀ ଭିତରେ ପଡି ଯାଇ ଥିବା ଜଣାପଡିଛି । ବାପାଙ୍କ ପାଖକୁ ଯାଇଥିବା ବେଳେ ଚିଙ୍ଗୁଡ଼ି ଘେରୀରୁ ପୁଅ ରୁଦ୍ର ନ ଫେରିବା ଘଟଣାରେ ଘରେ ସମସ୍ତେ ଖୋଜା ଖୋଜା କରିଥିଲେ ।
ପୋଖରୀ ହୁଡ଼ାରେ ସାଇକେଲରେ ଚକ ଚିହ୍ନଟ ପଡ଼ିଥିବା ସନ୍ଦେହ କରି ପୋଖରୀ ଭିତରେ ଖୋଜିବା ବେଳେ ସାଇକେଲ ତଳେ ଚାପି ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା । ପରେ ସ୍ଥାନୀୟ ଲୋକେ ଧାମରା ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇ ପହଞ୍ଚି ଥିଲା ବେଳେ ଡ଼ାକ୍ତର ମୃତ ଘୋଷଣା କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସୂଚନା ମିଳିଛି ।