୧୦ବର୍ଷୀୟ ବାଳକ ଅର୍ଶଦୀପ ସିଂହଙ୍କୁ ମିଳିଲା ଶ୍ରେଷ୍ଠ ଓ୍ବାଇଲଡଲାଇଫ ଫଟୋଗ୍ରାଫର ଆଓ୍ବାର୍ଡ
18/10/2018 at 7:25 PM

୧୦ବର୍ଷୀୟ ବାଳକ ଅର୍ଶଦୀପ ସିଂ ୨୦୧୮ର ଶ୍ରେଷ୍ଠ ଓ୍ବାଇଲଡଲାଇଫ ଫଟୋଗ୍ରାଫର ଆଓ୍ବାର୍ଡ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେ ତାଙ୍କ ‘ପାଇପ୍ ଆଉଲ୍’ ଫଟୋଗ୍ରାଫି ନିମନ୍ତେ ମନୋନୀତ ହୋଇଛନ୍ତି। ଏହି ‘ପାଇପ୍ ଆଉଲ୍’ ଫଟୋଗ୍ରାଫିରେ ଦୁଇଟି ପେଚା ଏକ ନଳ ମଧ୍ୟରେ ବସା କରିଛନ୍ତି। ଏହି ପ୍ରତିଯୋଗିତା ବ୍ରିଟେନର ନ୍ୟାଚୁରାଲ ହିଷ୍ଟ୍ରୀ ମ୍ୟୁଜିୟମ ପକ୍ଷରୁ ଆୟୋଜିତ କରାଯାଇଥିଲା।
କନିଷ୍ଠ ବିଜେତାଙ୍କ ମଧ୍ୟରେ ୧୦ବର୍ଷରୁ କମ୍, ୧୧-୧୪ବର୍ଷ ଏବଂ ୧୫-୧୭ବର୍ଷ ୩ଟି ଶ୍ରେଣୀ କରାଯାଇଥିଲା।
ବାପାଙ୍କ ସହ ପଞ୍ଜାବର କପୁରତାଲା ଯାଉଥିବାବେଳେ ଏକ ପରିତ୍ୟକ୍ତ ନଳ ଭିତରୁ ଦୁଇଟି ପେଚା ମୁଣ୍ଡ ବାହାର କରିଥିବା ଅର୍ଶଦୀପ ଦେଖିଥିଲେ। ସେ ବାପାଙ୍କୁ ଗାଡ଼ି ଅଟକାଇବାକୁ କହି ବାପାଙ୍କ କ୍ୟାମେରାରୁ ଅଧା ଖୋଲା କାର୍ ଝରକା ବାଟେ ଫଟୋ ଉଠାଇଥିଲେ।
ଅର୍ଶଦୀପ ୬ବର୍ଷ ବୟସରୁ ଫଟୋଗ୍ରାଫି ଆରମ୍ଭ କରିଥିଲେ। ସେ ତାଙ୍କ ବାପାଙ୍କ ସହ ବହୁଥର ବାହାରକୁ ଯାଆନ୍ତି। ତାଙ୍କ ବାପା ମଧ୍ୟ ଜଣେ ଭଲ ଫଟୋଗ୍ରାଫର୍।
ଅର୍ଶଦୀପ ନିକଟରେ ଜୁନିୟର୍ ଏସିଆନ୍ ଓ୍ବାଇଲଡଲାଇଫ ଫଟୋଗ୍ରାଫି ଆଓ୍ବାର୍ଡ଼ ଜିତିଛନ୍ତି।