Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ଘର ଆଗରେ ଖେଳୁଥିଲା ପିଲା, ଅଚାନକ ଆକ୍ରମଣ କଲା ଘୁଷୁରି, ବାଳକ ଗୁରୁତର, ଦେଖନ୍ତୁ Video

15/03/2023 at 3:03 PM

ଗୋନ୍ଦିଆ ୧୫।୩: ମହାରାଷ୍ଟ୍ର ଗୋନ୍ଦିଆ ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା। ଘର ଆଗରେ ଖେଳୁଥିବା ପିଲାଙ୍କ ଉପରେ ଘୁଷୁରି ଆକ୍ରମଣ କରିଛି। ଫଳରେ ଏକ ୧୦ ବର୍ଷର ବାଳକ ଆହତ ହୋଇଥିବା ବେଳେ ତାର ଅବସ୍ଥା ଏବେ ଗୁରୁତର ଥିବା ଜଣାପଡିଛି। ଏହି ଘଟଣା ମାର୍ଚ୍ଚ ୧୩ ତାରିଖର। ଘର ଆଗରେ ଲାଗିଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି। ଯେଉଁଥିରେ ୩ଟି ପିଲାଙ୍କୁ ଗଳିରେ ଖେଳୁଥିବାର ଦେଖାଯାଉଛି। ଏଥିରେ ଘୁଷୁରିଟି ଅଚାନକ ଦୌଡି ଆସି ବଡ ପିଲାଟିକୁ ଧକ୍କାମାରି ତଳେ ପକାଇ ଆକ୍ରମଣ କରୁଥିବା ଦେଖାଯାଇଛି।

ଭିଡିଓରେ ଗଳିରେ ୩ରୁ ୧୧ ବର୍ଷର ୩ଟି ପିଲାଙ୍କୁ ଖେଳୁଥିବା ଦେଖାଯାଉଛି। ଏଥିରେ ବଡ ପିଲାଟି ସାନ ପିଲାଠାରୁ ବ୍ୟାଟ୍‌ ଆଣି ଝିଅକୁ ଦେଉଥିବା ବେଳେ ଅଚାନକ ଘୁଷୁରି ଆକ୍ରମଣ କରିଥିଲେ। ପିଲାଟିକୁ ଘୁଷୁରି ତଳେ ପକାଇ ଗଡେଇ ତଡେଇ ମାରୁଥିବା ଦେଖି ଅନ୍ୟ ୨ ପିଲା ଘରକୁ ପଳାଇଥିବା ବେଳେ ବଡ ପିଲାଟି ଘୁଷରି ଆକ୍ରମଣରେ ଜୋର ଜୋରରେ ଚିତ୍କାର କରିଥିଲା। ଏଥିରେ ଘରୁ ଲୋକେ ଦଉଡି ଆସି ପିଲାଟିକୁ ଘୁଷୁରି କବଳରୁ ଉଦ୍ଧାର କରିବା ସହ ଘୁଷୁରିକୁ ଘଉଡାଇ ଦେଉଥିବାର ଦେଖାଯାଉଛି।

ତେବେ ଘୁଷୁରି ଆକ୍ରମଣରେ ପିଲାଟି ଅତ୍ୟଧିତ ଭୟଭୀତ ହୋଇପଡିଥିବା ବେଳେ ଠିକ ଭାବେ ଚାଲି ପାରୁନଥିଲା। ପରେ ପିଲାଟିକୁ ପରିବାର ଲୋକେ ହସ୍ପିଟାଲକୁ ନେଇଯାଇଥିବା ବେଳେ ସେଠାରେ ତାର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡିଛି। ତେବେ କେବଳ ମହାରାଷ୍ଚ୍ରରେ ନୁହେଁ କିଛି ଦିନ ପୂର୍ବେ ଦିଲ୍ଲୀରେ ବୁଲା କୁକୁର ଗୋଟିଏ ପରିବାରର ୨ଟି ପିଲାଙ୍କୁ ଝୁଣି ମାରିଥିବାର ଘଟଣା ସାରା ଦେଶକୁ ସ୍ତବ୍ଦ କରିଦେଇଥିଲା। ଏହା ପୂର୍ବରୁ ତେଲେଙ୍ଗାନାର ଏକ ହାଉସିଂ କମ୍ପ୍ଲେକ୍ସରେ ଏକ ଶିଶୁକୁ ବୁଲାକକୁର ଘେରି ଝୁଣି ଖାଇଯାଇଥିଲେ।   

   Related Posts