ଅସାବଧାନତାରୁ କରେଣ୍ଟ ତାରକୁ ଧରି ପକାଇଲା ୧୦ ବର୍ଷୀୟ ବାଳକ, ବିଦ୍ୟୁତ୍‌ ଆଘାତ ଲାଗି ଚାଲିଗଲା ଜୀବନ

Published By : Prameya-News7 Bureau | September 25, 2021 IST

ଆନନ୍ଦପୁର, ୨୫/୦୯: କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ସଦର ମହକୁମା ଠାରେ ଏକ ଅଭାବନୀୟ ଘଟଣା ଘଟିଛି । ଖେଳୁଥିବା ସମୟରେ ବିଦ୍ଯୁତ୍ ଆଘାତ ଲାଗି ଜଣେ ୧୦ ବର୍ଷିୟ ବାଳକର ମୃତ୍ଯୁ ହୋଇଛି । ମୃତ ବାଳକର ନାମ କ୍ରିଷ୍ଣା ସୋରେନ ବୋଲି ଜଣାପଡ଼ିଛି । କ୍ରିଷ୍ଣାଙ୍କ ମୂଳ ଘର ଘଷିପୁରା ଥାନା ମାର୍ଷାପାଳ ଠାରେ ହୋଇଥିବା ଜଣା ପଡିଛି ।

ବାପା ବିରେନ୍ଦ୍ରଙ୍କ କିଛିବର୍ଷ ପୂର୍ବେ ଦେହାନ୍ତ ହୋଇଥିବାରୁ କ୍ରିଷ୍ଣା ଦୈତାରୀ ଠାରେ ଚାକିରି କରୁଥିବା ନିଜ ବଡବାପା ସୋନାରାମଙ୍କ ଘରେ ରହି ପାଠପଢୁଥିଲେ । ଆଜି ଖେଳୁଥିବା ସମୟରେ ଘରେଥିବା ବିଦ୍ଯୁତ୍ ତାରର ଏକ ଏକ୍ସଷ୍ଟେସନ ତାରକୁ ଧରି ପକାଇବାରୁ ବିଦ୍ଯୁତ୍ ଆଘାତ ଲାଗି ତାଙ୍କର ମୃତ୍ଯୁ ଘଟିଥିଲା । ଖବରପାଇ ଦୈତାରୀ ପୋଲିସ୍ ମୃତଦେହ ଜବତ କରିବା ସହ ଏକ ଅପମୃତ୍ଯୁ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.