ନାବାଳିକାକୁ ଅପହରଣ କରି ଦୁଷ୍କର୍ମ, ଅଭିଯୁକ୍ତକୁ ୧୦ ବର୍ଷ ଜେଲ ସହ ଜରିମାନା ଦଣ୍ଡ ଶୁଣାଇଲେ କୋର୍ଟ
19/07/2022 at 4:33 PM

ଫୁଲବାଣୀ, ୧ ୯ /୭: ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ କାରାଦଣ୍ଡ । ଫୁଲବାଣୀ ତ୍ବରିତ ଓ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଏହି ଶୁଣାଣି କରିଛନ୍ତି । ଘଟଣାରେ ୮ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ, ପିଡିତାଙ୍କ ବୟାନ ଓ ପ୍ରମାଣ ଆଧାରରେ ଏହି ଶୁଣାଣି କରିଛନ୍ତି । ଅଭିଯୁକ୍ତ ଖଜୁରୀପଡା ଥାନା ଅନ୍ତର୍ଗତ ବନ୍ଧସାହିର ସିପୁ ବେହେରା (୩୧)କୁ ଦୋଷୀ ସାବ୍ୟସ୍ତ କରିବା ସହ ତାକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୨୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ଜରିମାନା ଆଦାୟ ଆଉ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବା ପାଇଁ ବିଚାରପତି ଆଦେଶ ଦେଇଛନ୍ତି ।
ସୂଚନା ଅନୁଯାୟୀ ଗତ ୨୦୧୫ ମସିହା ମେ ୧୯ ତାରିଖରେ ପିଡିତlଙ୍କୁ ଅପହରଣ କରି ଅଭିଯୁକ୍ତ ଫୁଲବାଣୀ ଆଣି ଗୋଟିଏ ଘରେ ରଖିଥିଲା। ସେଠାରେ ଅଭିଯୁକ୍ତ ସିପୁ ପିଡିତାଙ୍କ ଇଚ୍ଛା ବିରୁଦ୍ଧରେ ତା ସହିତ ଦୁଷ୍କର୍ମ କରୁଥିଲା । ପିଡିତା ଏହି ସଂକ୍ରାନ୍ତରେ ପରେ ଖଜୁରୀପଡା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ ପୋଲିସ ଏକ ମାମଲା ୪୩/୧୫ ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ବିଚାରପତି ଉକ୍ତ ମାମଲାର ବିଚାର କରି ଉପରୋକ୍ତ ରାୟ ଶୁଣାଇଛନ୍ତି l