ବାରିପଦା,୨୧/୦୮: ବର୍ଷାରେ ମାଟିକାନ୍ଥ ପଡି ନାବାଳିକା ମୃତ । ଘଟଣା ଘଟିଛି ବାରିପଦା ଟାଉନଥାନା ଅନ୍ତର୍ଗତ ୨୨ ନମ୍ବର ୱାର୍ଡ ରଘୁନାଥପୁର ଅଞ୍ଚଳରେ । ମୃତ ନାବାଳିକା ସ୍ଥାନୀୟ ଅଞ୍ଚଳର ସଞ୍ଜୟ ବେହେରାଙ୍କ ୧୦ ବର୍ଷର ଝିଅ ମୁନି ବେହେରା। ଲଗାଣ ବର୍ଷା ଯୋଗୁଁ ମାଟି ଘର କାନ୍ଥ ଓଦା ହୋଇ ରହିଥିଲା। ଆଜି ଦିନ ପ୍ରାୟ ସାଢେ ୩ ଟା ସମୟରେ ମୁନି ବାରଣ୍ଡାରେ ଖେଳୁଥିବା ସମୟରେ କାନ୍ଥ ଭୁଶୁଡି ପଡିବାରୁ ସେହିଠାରେ ହିଁ ତାର ମୃତ୍ୟୁ ହୋଇଥିବା ଜଣାପଡିଛି।
ବିଜେଡିରେ ମିଶିଲେ ବିଜେପିର ବରିଷ୍ଠ ନେତା ବିଜୟ କେତନ...