oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇରାନ ବିମାନରେ ବୋମା ଆତଙ୍କ ପରେ ହାଇଆଲର୍ଟ, ଦିଲ୍ଲୀରେ ଅବତରଣ ଲାଗି ମିଳିଲାନି ଅନୁମତି
  • ||
  • ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି
  • ||
  • ଉତ୍ତରପ୍ରଦେଶ: ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୫ ମୃତ ଓ ଅନେକ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ପୁରୀ କମଳା ହସ୍ପିଟାଲ ପରିସରରୁ ୧୦ ରୁ ୧୨ ମଣିଷ ଖପୁରୀ ଉଦ୍ଧାର ; ଗୁଣିଗାରେଡି ସନ୍ଦେହ

9/09/2018 at 3:25 PM

ପୁରୀ ୯/୯ : ପୁରୀ ସହରରୁ ପୁଣି ଥରେ ମଣିଷ ଖପୁରୀ ଜବତ ହୋଇଛି। ସରକାରୀ କମଳା ହସପିଟାଲ ପଛ ପାର୍ଶ୍ୱରୁ ଏକ ବସ୍ତାରେ ଥିବା ୭ ଟି ଖପୁରୀ ଜବତ କରାଯାଇଛି। ସମୁଦ୍ରକୂଳ ଥାନା ପୋଲିସ ଖପୁରୀ ଜବତ କରି ଫୋରେନେସିକ୍ ଯାଞ୍ଚ ପାଇଁ ନେବା ସହ ଘଟଣାର ତଦନ୍ତ କରିଛି। ଗୁଣିଗାରିଡ଼ି କିମ୍ୱା ଖପୁରୀ ଚାଲାଣ ରାକେଟ୍ କିମ୍ୱା ଭୟଭୀତ କରାଇବା ପାଇଁ ଏଭଳି କରାଯାଇଥିବା ସନ୍ଦେହ କରାଯାଉଛି।
ପୁରୀ-କୋଣାର୍କ ମେରାଇନ୍ ଡ଼୍ରାଇଭ୍ ରୋଡ଼ର ଲିଆଖିଆ ବ୍ରିଜ୍, ଶ୍ରୀମନ୍ଦିର ଉତ୍ତର ଦ୍ୱାର, ସିଦ୍ଧମହାବୀର ସ୍ଥିତ ମନୁବାବାଙ୍କ ଆଶ୍ରମରୁ ଖପୁରୀ ଜବତ ହେବା ପରେ ଘୋଡ଼ାବଜାର ସ୍ଥିତ ସରକାରୀ କମଳା ହସପିଟାଲ ପରିସର ପଛ ପାର୍ଶ୍ୱରୁ ଏକ ଅଖା ଭର୍ତ୍ତି ଖପୁରୀ ଜବତ କରାଯାଇଛି। ହସପିଟାଲ ପରିସରରେ ରହୁଥିବା କର୍ମଚାରୀ କମଳକାନ୍ତ ଦାସଙ୍କ କହିବାନୁଯାୟୀ ଗତ ୭ ତାରିଖରେ ଜଣେ ଯୁବକ ଏକ ବାଇକରେ ଆସି ଏଣେ ତେଣେ ବୁଲିବା ସହ ଖପୁରୀ ଭର୍ତ୍ତି ବସ୍ତା ପକାଇ ପଳାଇଥିଲା। ଏ ନେଇ ସ୍ଥାନୀୟ ଲୋକେ ଜାଣିବା ପରେ ସମୁଦ୍ରକୂଳ ଥାନା ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖପୁରୀ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
ତେବେ ଏକ ସରକାରୀ ହସପିଟାଲକୁ ଜଣେ ବ୍ୟକ୍ତି ଅବାଧରେ ଆସି କିଭଳି ଖପୁରୀ ପକାଇଲା ତାହା ବଡ଼ ପ୍ରଶ୍ନବାଚୀ। ହସପିଟାଲରେ ସୁରକ୍ଷାକର୍ମୀ ନିୟୋଜିତ ଓ ସିସିଟିଭି ଲାଗିଥିବା ସତ୍ତ୍ୱେ ଖପୁରୀ ଭର୍ତ୍ତି ବସ୍ତା ହସପିଟାଲରେ ଦୁଇଦିନ ହେବ ପଡ଼ି ରହିଥିଲା। ହସପିଟାଲର ମେଡ଼ିକାଲ୍ ଅଫିସର କହିଛନ୍ତି ଏ ନେଇ ତାଙ୍କ ପାଖରେ କିଛି ଖବର ନଥିଲା। ତଦନ୍ତରେ ପୋଲିସକୁ ସବୁପ୍ରକାର ସହଯୋଗ କରାଯିବ ବୋଲି ସେ କହିଛନ୍ତି।

   Related Posts