ମୋକିମ୍‌ଙ୍କୁ ୧୦ ହଜାର ଫାଇନ୍, ହାଇକୋର୍ଟ ବାର ୱେଲ ଫେୟାର ଫଣ୍ଡରେ ଦାଖଲ କରିବେ ଜରିମାନା

Published By : Prameya-News7 Bureau | August 04, 2023 IST

କଟକ ୦୪/୦୮: ବିଧାୟକ ମହମ୍ମଦ ମୋକିମଙ୍କୁ ୧୦ ହଜାର ଟଙ୍କା ଜରିମାନା । ହାଇକୋର୍ଟ ବାର ୱେଲ ଫେୟାର ଫଣ୍ଡରେ ଦାଖଲ କରିବେ ଜରିମାନା ରାଶି । ନିର୍ବାଚନୀ ମାମଲାରେ ହାଜର ନହେବାରୁ ଜରିମାନା କଲେ ହାଇକୋର୍ଟ । ଆସନ୍ତା ୧୧ ତାରିଖରେ ହାଜର ହେବାକୁ ହାଇକୋର୍ଟଙ୍କ ନିର୍ଦେଶ । ବାରବାଟୀ କଟକ ନିର୍ବାଚନ ଅନିୟମିତତା ମାମଲାରେ ପକ୍ଷ ଅଛନ୍ତି ମୋକିମ ।

ସୂଚନା ଥାଉକି, କଟକ-ବାରବାଟୀ ବିଧାନସଭା ନିର୍ବାଚନ ଅନିୟମିତତା ମାମଲାର ଗୁରୁତ୍ୱ ନଥିବା ଦର୍ଶାଇ ବିଧାୟକ ମହମ୍ମଦ ମୋକିମଙ୍କ ପକ୍ଷରୁ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ । କେବଳ ସେତିକି ନୁହେଁ ଆବେଦନକାରୀଙ୍କୁ ୫ ହଜାର ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଗତ ନିର୍ବାଚନକୁ ନେଇ ହାଇକୋର୍ଟରେ ଗତ କିଛି ଦିନ ଧରି ଏକ ମାମଲା ବିଚାରାଧୀନ ରହିଛି ।

ବିଧାୟକ ମହମ୍ମଦ ମୋକିମ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ ବିଜେଡି ବିଧାୟକ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଅଭିଯୋଗ କରିଥିଲେ । ଏହି ମାମଲାର ଗୁରୁତ୍ୱ ନଥିବା ଦର୍ଶାଇ କଟକ-ବାରବାଟୀ ବିଧାୟକ ମାମଲାକୁ ଖାରଜ କରିବାକୁ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ଏହି ମାମଲାକୁ ବିନା ଶୁଣାଣିରେ ଖାରଜ କରିବାକୁ ମୋକିମ ଆବେଦନ କରିଥିଲେ । ମୋକିମଙ୍କ ଏହି ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି ।

you can also read...

wp:embed {"url":"https://www.prameyanews7.com/cuttack-highcourt-news/","type":"wp-embed","providerNameSlug":"prameya-news-7"}
https://www.prameyanews7.com/cuttack-highcourt-news/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.