ଝଲସି ଉଠିଲା ମହାନଦୀ ପଠା, ଏକାସାଙ୍ଗେ ଜଳିଲା ୧୦ ହଜାର ଦୀପ

Published By : Prameya-News7 Bureau | November 26, 2023 IST

କଟକ ୨୬।୧୧ : କାର୍ତ୍ତିକ ଵଡ ଓଷାରେ ଝଲସି ଉଠିଲା ମହାନଦୀ ପଠା । ହଜାର ହଜାର ଦୀପମାଳାର ସୁନ୍ଦର ପରିଵେଶ ଶ୍ରଦ୍ଧାଳୁ ମାନଙ୍କୁ ହାତଠରି ଡାକି ନେଇଥିଲା ମହାନଦୀ ଭିତରକୁ। ଵଡ ଓଷା ଅବସରରେ ନଦୀ ବନ୍ଧରୁ ମହାନଦୀ ଭିତରେ ଥିବା ଭୁଆସୁଣୀ ପୀଠ ପର୍ଯ୍ୟନ୍ତ ପ୍ରାୟ ଦଶ ହଜାର ଦୀପ ଜଳାଇ ଏକ ଅନନ୍ୟ ବାତାବରଣ ତିଆରି କରିଥିଲେ ମନ୍ଦିର କମିଟି ଓ ସ୍ଥାନୀୟ ଯୁଵକ।

{"id":874821,"width":726,"height":544,"sizeSlug":"full","linkDestination":"none"}

ସଂଧ୍ୟା ନଇଁଵା ମାତ୍ରେ ଝଲସି ଉଠିଥିଲା ଚହଟା ନିକଟ ମହାନଦୀ ପଠା। ଲାଗୁଥିଲା ସତେ ଯେମିତି ହଜାର ହଜାର ତାରା ଓହ୍ଲାଇ ଆସିଛନ୍ତି ମହାନଦୀ ପଠାକୁ। ନଦୀ ଵନ୍ଧରୁ ନଦୀ ଭିତରେ ଥିବା ମା'ଭୁଆସୁଣୀ ପୀଠ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାଖରେ ଝଲସୁଥିଲା ହଜାର ହଜାର ଦୀପ। ମା' ଭୁଆସୁଣୀ ଙ୍କ ପୀଠରେ ଵଡ ଓଷା ଅବସରରେ ଏହି ସ୍ବତନ୍ତ୍ର ଦୀପୋତ୍ସଵ ଆୟୋଜିତ ହୋଇଥିଲା। ପ୍ରାୟ ଦଶ ହଜାର ଦୀପ ରାସ୍ତାର ଦୁଇ ପାଖରେ ସଜାଯିଵା ପରିଵେଶକୁ ଵେଶ୍ ଆକର୍ଷଣୀୟ କରିଥିଲା।

{"id":874820,"sizeSlug":"full","linkDestination":"none"}

ଦଶ ହଜାର ଦୀପ ଓ ପ୍ରାୟ ତିନି ଶହ ଲିଟର ଜଡା ତେଲ ଵ୍ୟଵହାର ହୋଇଥିଲା । ରାତିରେ ନଦୀ ଵାଲିରେ ଏଭଳି ସୁନ୍ଦର ଦୃଶ୍ୟ ଦେଖି ରାସ୍ତାରେ ଯାଉଥିବା ସାଧାରଣ ଲୋକ ମାନେ ଏହି ଦୀପ ମାଳାର ଆକର୍ଷଣରେ ଆକର୍ଷିତ ହେଇ ଚାଲିଆସିଥିଲେ ନଦୀ ଭିତରେ ଥିବା ମା'ଭୁଆସୁଣୀ ଙ୍କ ପୀଠକୁ। ଦୀପମାଳାର ଏହି ସୁନ୍ଦର ଆୟୋଜନ ଯୋଗୁଁ ଅଧିକାଂଶଙ୍କୁ ଅଗୋଚର ମହାନଦୀ ଭିତରେ ଥିବା ଏହି ସୁନ୍ଦର ଭୁଆସୁଣୀ ପୀଠ ଲୋକଲୋଚନକୁ ମଧ୍ୟ ଆସିପାରିଛି କହିଲେ ଭୁଲ ହେବ ନାହିଁ।

{"id":874822,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.