suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଧ୍ୟପ୍ରଦେଶ ମୁରୈନାରେ ଦୁର୍ଘଟଣା, ଏୟାରଫୋର୍ସର ସୁଖୋଇ-୩୦ ଓ ମିରାଜ୍-୨୦୦୦ ଫାଇଟର ଜେଟ୍ କ୍ରାସ୍
  • ||
  • ଜେରୁଜେଲମ୍‌ରେ ପ୍ରାର୍ଥନାସ୍ଥଳରେ ଆତଙ୍କୀ ହମଲା, ଗୁଳିମାଡ଼ରେ ୮ମୃତ
  • ||
  • କେନ୍ଦୁଝର: ବୋଲେରୋ ଓ ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଗୁରୁତର
  • ||

କାର୍ଯ୍ୟରେ ଅନୁପସ୍ଥିତ ରହିବା ପଡିଲା ମହଙ୍ଗା, ୧୦ କନିଷ୍ଠ ଶିକ୍ଷକ ବହିଷ୍କାର

2/01/2023 at 12:54 PM

ମାଲକାନଗିରି ୦୨/୦୧: ମାଲକାନଗିରି ଜିଲ୍ଲାରେ କନିଷ୍ଠ ଶିକ୍ଷକ ଭାବେ କାର୍ଯ୍ୟରତ ୧୦ ଜଣ ଶିକ୍ଷକ ନିଜ କାର୍ଯ୍ୟରେ ଦୀର୍ଘ ଦିନ ଧରି ଅନୁପସ୍ଥିତ ରହିବା ଯୋଗୁଁ ସେମାନଙ୍କୁ ପ୍ରଥମେ କାରଣ ଦର୍ଶାଅ ନୋଟିସ ଜାରି କରିବା ପରେ ମଧ୍ୟ କୌଣସି ଉତ୍ତର ନମିଳିବାରୁ ତାଂକୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି ।

ଜିଲ୍ଲା ଶିକ୍ଷା ବିଭାଗ ଦ୍ୱାରା ଘୋଷଣା କରାଯାଇଛି ଯେ ମାଲକାନଗିରି ଜିଲ୍ଲାର ସଦର ବ୍ଲକର ଏମଭି-୧ ନୂତନ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ନିଳୀମା ଜେନା, ଭୀମାରାଙ୍ଗିନି ପିୟୁପିଏସର ରମେଶ ଚନ୍ଦ୍ର ନାୟକ, ବିଜାପଦର ୟୁପିଏସର ଅରୁଣା ରାଣୀ ବେଉରିଆ, ରାଉଲିଗୁଡା ପିୟୁପିଏସର ସଂତୋଷ କୁମାର ସ୍ବାଇଁ, ବିଜାପଦର ୟୁପିଏସର ଜସମିନ ଦାସ, ଏମଭି-୮୪ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଦେବଶ୍ରୀ ବେହେରା କାଲିମେଳା ବ୍ଲକର ଏମଭି-୯୦ ୟୁପିଏସର ଶିକ୍ଷୟତ୍ରୀ ସାବିତ୍ରୀ ପାତ୍ର, ନାଲାଗୁଣ୍ଠି ପିୟୁପିଏସର ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ସୁତାର, ଜନ୍ତୁରାଇ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରଂଜନ କୁମାର ବେହେରା ଏବଂ ମାଥିଲି ବ୍ଲକର ମେଣ୍ଡକୁଲି ୟୁପିଏସର ଶିକ୍ଷୟତ୍ରୀ ସସ୍ମିତା ସାହୁ ଦୀର୍ଘ ଦିନ ଧରି ନିଜ ସ୍କୁଲରେ କୌଣସି କାରଣ ନଦର୍ଶାଇ ଅନୁପସ୍ଥିତ ରହିଥିଲେ ।

ସେମାନଙ୍କୁ ଏହି ଅନୁପସ୍ଥିତ ରହିବା ନେଇ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଥିଲା । ଗଣମାଧ୍ୟମରେ ଏନେଇ ମଧ୍ୟ ବିଜ୍ଞାପନ ଦିଆଯାଇଥିଲା । କିନ୍ତୁ ଏହି ୧୦ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଜିଲ୍ଲା ଶିକ୍ଷାଧିକାରୀ ମାନସ କୁମାର ଜେନା କାର୍ଯ୍ୟରୁ ବହିଷ୍କୃତ କରିଥିବା କହିଛନ୍ତି।

   Related Posts