scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଗଣେଶ ପୂଜାରେ ହଷ୍ଟେଲରେ ଖେଚୁଡ଼ି ଖାଇ ୧୦ ଛାତ୍ରୀ ଅସୁସ୍ଥ, ହସ୍ପିଟାଲ୍‌ରେ ଭର୍ତ୍ତି

21/09/2023 at 9:48 PM

କେନ୍ଦୁଝର: କେନ୍ଦୁଝର ବଡହଳ ସ୍ଥିତ କେନ୍ଦୁଝର  +୨ ସାଇନ୍ସି କଲେଜ ହଷ୍ଟେଲରେ ଆଜି ଖେଚେଡି ଖାଇ ୧୦ ଜଣ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଛନ୍ତି। ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହି ଖବର ଅସୁସ୍ଥ ଛାତ୍ରୀଙ୍କ ଅଭିଭାବକଙ୍କ ଚିନ୍ତାକୁ ବଢାଇ ଦେଇଛି।

ସୂଚନା ଅନୁଯାୟୀ, ଗତକାଲି ଗଣେଶ ପୂଜା ପରେ ଛାତ୍ରୀମାନେ ପୂଜା କରିଥିଲେ  । ଆଜି ହଷ୍ଟେଲରେ ଦିନ ବେଳେ ଖେଚୁଡ଼ି ଓ ସନ୍ଧ୍ୟାରେ ପୁରି ଖାଉଥିଲେ। ଏହାର କିଛି ସମୟ ପରେ ପ୍ରାୟ ୧୦ ଜଣ ଛାତ୍ରୀ ଅସୁସ୍ଥ ଅନୁଭବ କରିଥିଲେ। କଲେଜ ପକ୍ଷରୁ ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ କହିବା କଥା ଚିକିତ୍ସା ପରେ ସମସ୍ତଙ୍କ ଅବସ୍ଥା ଭଲ ଅଛି ।

Also read- ଭାରତୀୟ ଛାତ୍ରୀଙ୍କୁ ଗାଡ଼ି ଚଢ଼ାଇଦେଲେ ଆମେରିକୀୟ ପୋଲିସ୍‌ ଅଧିକାରୀ; ତଦନ୍ତକାରୀ ଅଫିସର୍ କହିଲେ- ’ତା ଜୀବନର ମୂଲ୍ୟ କେତେ ଥିଲା ?’

   Related Posts