ଯାଜପୁର ୧୩।୮: ଯାଜପୁରରେ ଆରମ୍ଭ ହୋଇଛି ଫାଇଲେରିଆ ହଟାଅ ଅଭିଯାନ । ଗାଁ ଗାଁ ବୁଲି ଛାତ୍ରୀଛାତ୍ରୀ ଓ ପିଲାମାନଙ୍କୁ ଦିଆଯାଉଛି ଫାଇଲେରିଆ ଔଷଧ । ‘ଟାବଲେଟ୍ ଖାଅ ଫାଇଲେରିଆ ହଟାଅ’ ଅଭିଯାନ ଗାଁଠୁ ସହର ସବୁଠି ଚାଲିଥିବା ବେଳେ ଯାଜପୁରରେ ମଧ୍ୟ ଆରମ୍ଭ ହୋଇଛି । ଗାଁଠୁ ଆରମ୍ଭ କରି ସମସ୍ତ ଶିକ୍ଷା ଅନୁଷ୍ଠାନରେ ଛାତ୍ରଛାତ୍ରୀ ମାନଙ୍କୁ ବୟସ ଅନୁଯାୟୀ ଔଷଧ ଖାଇବାକୁ ଦିଆଯାଇଛି ।
ତେବେ ଯାଜପୁର ପୌରାଞ୍ଚଳ ସହ ଦଶରଥପୁର ବ୍ଲକ ଅଞ୍ଚଳରେ ଏହି ଔଷଧ ଖାଇବାକୁ ପିଲାମାନଙ୍କୁ ଦିଆଯାଇଥିଲା । ତେବେ ପୌରାଞ୍ଚଳରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏହି ଔଷଧ ଖାଇବାକୁ ଦିଆଯାଇଥିଲା । ଏହି ଔଷଧ ଖାଇବା ପରେ ହଠାତ ପିଲାମାନେ ଅସୁସ୍ଥ ହୋଇପଡ଼ିଥିଲେ । ଦେହ ଥରିବା ସହ ମୁଣ୍ଡ ବୁଲାଇ ବାନ୍ତି ହୋଇଥିଲା । ତେବେ ସଙ୍ଗେ ସଙ୍ଗେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅସୁସ୍ଥ ହୋଇଥିବା ପିଲାମାନଙ୍କୁ ଭର୍ତ୍ତି କରିଥିଲେ ଶିକ୍ଷକ ଓ ଆଶା କର୍ମୀ । ତେବେ ୧୦ରୁ ଅଧିକ ଛାତ୍ରୀମାନେ ଅସୁସ୍ଥ ହୋଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ସେପଟେ ପୌର ପାଳିକାର ସ୍ବାସ୍ଥ୍ୟ ଅଧିକାରୀ ପ୍ରଦୀପ କୁମାର ଖୁଣ୍ଟିଆ କହିଛନ୍ତି, ଏହା କିଛି ନୁହେଁ । ବ୍ୟସ୍ତ ହେବାର ନାହିଁ । ସମସ୍ତ ପିଲା ଠିକ୍ ଅଛନ୍ତି । ଏଭଳି ଔଷଧ ଖାଇବା ଦ୍ୱାର ଦେହ ଅସୁସ୍ଥ ହୋଇଥିବା ଆଶା ଦିଦି କହିଛନ୍ତି ।
You Can Read:
କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଭେଟିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ, ରାଜ୍ୟକୁ ଅଢେଇ ହଜାର କୋଟି ଟଙ୍କା ମଞ୍ଜୁର