୧୦୦ କୋଟି ଟଙ୍କା ଖର୍ଚ୍ଚରେ ପାର୍ଟି ଅଫିସ୍ ନିର୍ମାଣ କରିବ ବିଜେପି: ୧୦ ମହଲା ବିଶିଷ୍ଟ କାର୍ଯ୍ୟାଳୟରେ ରହିବ ଅତ୍ୟାଧୁନିକ ସୁବିଧା
24/03/2023 at 8:59 PM

ଭୋପାଳ: ଚଳିତ ବର୍ଷ ଶେଷରେ ମଧ୍ୟପ୍ରଦେଶ ନିର୍ବାଚନ ହେବାକୁ ଥିବା ବେଳେ ରାଜ୍ୟରେ ବିଜେପିର ନବକଳେବର ହେବକାକୁ ଯାଉଛି। ଏମିତିକି ଭୋପାଳରେ ଥିବା ବିଜେପି ଅଫିସ୍ରେ ଆଖି ଝଲସିଲା ଭଳି ପରିବର୍ତ୍ତନ ଦେଖିବାକୁ ମିଳିବ। ୩୨ ବର୍ଷ ପରେ ରାଜ୍ୟରେ ବିଜେପି ୧୦୦ କୋଟି ଟଙ୍କା ଖର୍ଚ୍ଚ କରି ଏକ ଭବ୍ୟ ଅତ୍ୟାଧୁନିକ ପାର୍ଟି ଅଫିସ ନିର୍ମାଣ କରିବାକୁ ଯାଉଛି।
ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏହି ଅଫିସ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ବର୍ତ୍ତମାନ ଥିବା ଅଫିସ୍ଟି ୧୯୯୧ରେ ୨ କୋଟି ଟଙ୍କା ଖର୍ଚ୍ଚ କରି ନିର୍ମାଣ କରାଯାଇଥିଲା। ସୁନ୍ଦରଲାଲ ପଟୱା ସରକାର ଏହାର ନିର୍ମାଣ କରିଥିଲେ। ସେତେବେଳେ ବି ଏହି ଅଫିସ୍ ଦେଶର ସବୁଠାରୁ ବଡ଼ ରାଜନୈତିକ ଦଳର ଅଫିସ୍ ଭାବେ କୁହାଯାଉଥିଲା।

ବର୍ତ୍ତମାନ ହେବାକୁ ଯାଉଥିବା ଅଫିସ୍ ୧୦୦ କୋଟି ଟଙ୍କାର ନିର୍ମାଣ କରାଯିବ। ଆସନ୍ତା ରବିବାର ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏଥିପାଇଁ ଭୂମି ପୂଜନ କରିବା ସହ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।
ନୂଆ ବିଲ୍ଡିଂଟି ୧୦ ମହଲା ବିଶିଷ୍ଟ ହେବ। ୧୦୦୦ ଲୋକ ବସିଲା ଭଳି ଏକ ଅଡିଟୋରିୟମ ହେବ। କେବଳ ମଧ୍ୟପ୍ରଦେଶରେ ନୁହେଁ, ଦେଶରେ ପ୍ରତି ଜିଲ୍ଲାରେ ବିଜେପି ଅଫିସ ନିର୍ମାଣ କରିବ ବୋଲି ମଧ୍ୟପ୍ରଦେଶ ବିଜେପି ସଭାପତି ଭିଡି ଶର୍ମା କହିଛନ୍ତି।
ସୂଚନା ଥାଉକି ମଧ୍ୟପ୍ରଦେଶର ଥିବା ପୁରୁଣା ବିଜେପି ଅଫିସର୍ରେ ବିଜେପି ୬ ଥର ବିଧାନସଭା ନିର୍ବାଚନ ଲଢ଼ିଛି। ସେଥିରୁ ୩ ଥର ବିଜୟ ହୋଇଥିବା ବେଳେ ୩ଥର ହାରିଛି। ୧୯୯୩, ୧୯୯୮ ଏବଂ ୨୦୧୮ରେ ବିଜେପି ବିଜୟ ହୋଇଛି।