ରାଜ୍ୟ କ୍ୟାବିନେଟ୍‌ର ୬୮ ତମ ବୈଠକ: ୧୦ ପ୍ରସ୍ତାବ ଉପରେ ବାଜିଲା ମୋହର

Published By : Prameya-News7 Bureau | December 05, 2023 IST

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍‌ର ୬୮ ତମ ବୈଠକରେ ୧୦ ପ୍ରସ୍ତାବ ଉପରେ ମୋହର ଲାଗିଛି । ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ମାନ୍ୟବର ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ଯୋଗ ଦେଇଥିଲେ।

କ୍ୟାବିନେଟ୍‌ ବୈଠକରେ ଏହି ୧୦ ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ

ବୈଠକରେ ବକେୟା ମୋଟର ଯାନ ଟିକସ ଛାଡ଼ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏହି ପ୍ରସ୍ତାବ ଅନୁଯାୟୀ, ଯେଉଁ ଗାଡ଼ି ମାଲିକମାନେ ନିଜର ପୁରୁଣା ଗାଡ଼ିକୁ ସ୍କ୍ରାପ୍‌ କରିବାକୁ ଇଚ୍ଛୁକ ଥିବେ ସେହି ଗାଡ଼ି ଉପରେ ରହିଥିବା ଟିକସ ଏବଂ ଜରିମାନା ଛାଡ଼ କରାଯିବ। ଗୋପାଳପୁର ୟୁଟିଲିଟି କରିଡରର ଉନ୍ନତୀକରଣ କରାଯିବ। ଏହା ଅନୁଯାୟୀ ଗଞ୍ଜାମ ଜିଲ୍ଲା ଗୋପାଳପୁର ବନ୍ଦର ଓ ଗୋପାଳପୁରଠାରେ ଥିବା ଟାଟା ଷ୍ଟିଲ ଇଣ୍ଡଷ୍ଟ୍ରିଆଲ ପାର୍କ ଅଞ୍ଚଳକୁ ଥିବା ଶିଳ୍ପ ଓ ଆଗାମୀ ଦିନରେ ଆସିବାକୁ ଥିବା ଶିଳ୍ପଗୁଡ଼ିକର ସଂଯୋଗୀକରଣ ପଥ ନିର୍ମାଣ କାର୍ଯ୍ୟ ନିମନ୍ତେ ପ୍ରସ୍ଥାବିତ EPC ଟେଣ୍ଡରକୁ ଅନୁମୋଦନ ମିଳିଛି।

wp:html /wp:html

ଆହୁରି ପଢ଼ନ୍ତୁ: କମିଶନରେଟ ପୋଲିସରେ ଅଦଳବଦଳ, ମାନସ ଗଡ଼ନାୟକଙ୍କୁ IUCAW ଏସିପି ଦାୟିତ୍ୱ

ନିମ୍ନ ଅଦାଲତରେ ’’Sheristadar’’ ପଦବୀକୁ ରୂପାନ୍ତର କରି ’’Chief Administrative Officer’’ କରିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସେହିଭଳି ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୨୨ରେ ସଂଶୋଧନ, ଓଡ଼ିଶା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ନୀତି-୨୦୨୨ରେ ସଂଶୋଧନକୁ ଅନୁମୋଦନ ମିଳିଛି । ସମ୍ବଲପୁର ଏବଂ ଚୌଦାରରେ ଓ୍ବେଲ୍ପସନ ପ୍ରକଳ୍ପ ପାଇଁ ସ୍ବତନ୍ତ୍ର ପ୍ୟାକେଜ।

ସେହିଭଳି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ବାରା ଆଗତ ସରକାରୀ ଜମି ସମାଧାନ ପ୍ରସ୍ତାବରେ ସଂଶୋଧନକୁ ରାଜ୍ୟ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ଏହି ସଂଶୋଧନ ପୁରୀ ପୌରପାଳିକା ଏବଂ ଭୁବନେଶ୍ବର ଓ ଜଟଣୀ ତହସିଲଦାର ବହୁଦିନରୁ ପଡ଼ିରହିଥିବା ଲିଜ୍ ଜମିଗୁଡ଼ିକର ସ୍ଥାୟୀ ସମାଧାନରେ ସହାୟକ ହେବ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ବୋର୍ଡ ହାଇସ୍କୁଲ, କଟକୁ ସରକାରୀକରଣ କରାଯିବ। ଓଡ଼ିଶା ସାମାଜିକ ସୁରକ୍ଷା ସେବା କ୍ୟାଡରର ହେବ ସଂଶୋଧନ।

ଆହୁରି ପଢ଼ନ୍ତୁ: ଖୁବ୍ ଶୀଘ୍ର ଜିଲ୍ଲା ହେବ ପଦ୍ମପୁର, ଆରମ୍ଭ ହେଲା ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥାପନ ପାଇଁ ସ୍ଥାନ ଚିହ୍ନଟ ପ୍ରକ୍ରିୟା

ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ସଂପର୍କରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କ୍ୟାବିନେଟରେ ପାରିତ ହୋଇଥିବା ପ୍ରସ୍ତାବ ସଂପର୍କରେ ସୂଚନା ଦେଇଥିଲେ । ଏହି ପ୍ରେସ ବିବୃତି ସମୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.