୧୦ ପପୁଲାର ଭାରତୀୟ ଶିଶୁପୁତ୍ର-କନ୍ୟାଙ୍କ ନାମ, ଦେଖନ୍ତୁ ଏହି ଲିଷ୍ଟ…

Published By : Prameya-News7 Bureau | August 01, 2022 IST

ନୂଆଦିଲ୍ଲୀ ୦୧।୦୮: 'ନାମ କଣ?' ନାମର କଣ ଅର୍ଥ ଅଛି । ହଁ, ଲାଗୁଛି, ଅଛି ବହୁତ କିଛି ! ଆମର ନାମ ହେଉଛି ଆମର ପରିଚୟ। ଯାହାକୁ ଆମେ ଆମ ଜୀବନର ଶେଷ ପର୍ଯ୍ୟନ୍ତ ବହନ କରିଥାଉ। ପ୍ରତ୍ୟେକ ପିତାମାତା ନିଜ ପିଲାଙ୍କ ପାଇଁ ଏକ ଅନନ୍ୟ ଏବଂ ଆଧୁନିକ ନାମ ବାଛିବାକୁ ଚାହାଁନ୍ତି । ଯାହା ପାଇଁ ପିଲାଙ୍କ ପରିଚୟ ସୃଷ୍ଟି କରିବ । ଏଥିପାଇଁ ସେମାନେ ଶିଶୁ ନାମର ପ୍ରତ୍ୟେକ ପୁସ୍ତକ ଓ ୱେବ୍‌ସାଇଟ୍‌ରେ ସର୍ଚ୍ କରିଥାନ୍ତି। ଅନେକ ଥର ସେମାନେ ନିଜ ପସନ୍ଦର ନାମ ରଖିବାକୁ ଚାହାନ୍ତି । ସେମାନେ ତାହାର ଅର୍ଥ ମଧ୍ୟ ଖୋଜି ଥାନ୍ତି । ଯାହା ନାମ ଭିତରେ ତାହାର ଅର୍ଥ ଲୁଚି ରହିଥାଏ। ତେଣୁ ଯଦି ଆପଣ ଆପଣଙ୍କ ପିଲା କିମ୍ବା ପ୍ରିୟଜନଙ୍କ ପିଲାର ନାମ ରଖିବାକୁ ଚାହୁଁଛ। ତେବେ ପୁଅ ଏବଂ ଝିଅମାନଙ୍କ ପାଇଁ କିଛି ଲୋକପ୍ରିୟ ଭାରତୀୟ ନାମ ଅଛି। ଯାହାକୁ ଆପଣ ବାଛି ପାରିବେ । ଚାଲନ୍ତୁ ଜାଣିବା ତାଲିକାରେ ଥିବା କିଛି ନାଁ ।

ପୁଅଙ୍କ ନାମ-

୧- ଆରୁଷ- ଏହା ଏକ ଲୋକପ୍ରିୟ ଭାରତୀୟ ନାମ। ଯାହା ସୂର୍ଯ୍ୟଙ୍କ ପ୍ରଥମ ତଥା ପହିଲି କିରଣକୁ ସୂଚିତ କରେ ।

୨- ବାଦଲ- ଏହାର ଅର୍ଥ ହେଉଛି ଆକାଶ ତଥା ମେଘ। ଯାହା ସୁନ୍ଦର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବୁଝାଏ।

୩- ଦେବାନ୍ସ- ଏହି ନାମର ଅର୍ଥ ହେଉଛି “ଇଶ୍ଵରଙ୍କ ଏକ ଅଂଶ”

୪-ଇଶାଙ୍କ- ଏହି ନାମର ଅର୍ଥ ହେଉଛି “ହିମାଳୟର ଶିଖର’।

୫- କବୀର- ହେଉଛି “ପ୍ରସିଦ୍ଧ ସାଧୁ” ଙ୍କ ନାମ ।

୬-ଲକ୍ଷସୟ-ଏହି ନାମଟି ବହୁତ କୁଲ୍‌। ଏହାର ଅର୍ଥ ହେଉଛି ହେଉଛି “ଟାର୍ଗେଟ୍”।

୭- ନିର୍ବାଣ-ଏହାର ଅର୍ଥ ହେଉଛି “ଚରମ ସୁଖ” କୁ ସୂଚିତ କରେ ।

୮-ରୋହନ୍- ଏହା ଏକ ଲୋକପ୍ରିୟ ନାମ। ଯାହାର ଅର୍ଥ ହେଉଛି ଆରୋହଣ ।

୯-ଭିହାନ୍ – ଏହି ନାମ ଟି ଖୁବ୍‌ ସୁନ୍ଦର । ଯାହାର ଅର୍ଥ “ପ୍ରଭାତ” କିମ୍ବା “ସକାଳ”କୁ  ସୂଚାଏ। ନୂଆ ଆଶା ଆଣିଥାଏ ।

୧୦-ବୀର – ଏହି ନାମର ଅର୍ଥ ହେଉଛି ଜଣେ “ସାହସୀ” ଏବଂ ପ୍ରଭୁ ମହାବୀରଙ୍କର ଅନ୍ୟ ନାମ ।

ଝିଅଙ୍କ ନାମ-

୧-ଆଦିରା- ଏହି ନାମର ଅର୍ଥ ହେଉଛି 'ଶକ୍ତିଶାଳୀ'।

- ହର୍ଷିତା- ଯାହାର ଅର୍ଥ ହେଉଛି ‘ସର୍ବଦା ଖୁସି’।

୩- ଜୁହି – ଏହା ହେଉଛି ଏକ ଭାରତୀୟ ନାମ । ଯାହାର ଅର୍ଥ ହେଉଛି “ଜସ୍ମିନ୍ ଫୁଲ” ।

୪- ନିତାରା- ଏହି ନାମର ଯାହାର ଅର୍ଥ ଗଭୀର ମୂଳ ।

୫- ରନୟା-ଏହି ନାମର ଅର୍ଥ ହେଉଛି‘ଆନନ୍ଦ’, ପ୍ରଫୁଲ୍ଲିତ।

୬- ତ୍ରାଇ- ଏହି ନାମଟିର ଅର୍ଥ ହେଉଛି ‘ଚତୁର’।

୭-କିୟାନା- ଏହାର ଅର୍ଥ ରହିଛି 'ଆଲୋକ'

୮-ନଭ୍ୟା- ଏହାର ଅର୍ଥ ହେଉଛି ନୂତନ, ସତେଜ, ପ୍ରଶଂସନୀୟ ।

୯-ସାନଭି- ଏହି ସୁନ୍ଦର ନାମର ଅର୍ଥ ହେଉଛି ଦେବୀ ଲକ୍ଷ୍ମୀଙ୍କ ଅନୁଗାମୀ, ଭାଗ୍ୟ, ସମୃଦ୍ଧିର ବାର୍ତ୍ତା।

୧୦-ଜୋହା- ଯାହାର ଅର୍ଥ ଆଲୋକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.