AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ପରଭେଜ୍ ମୁଶାରଫ୍, ଚିକିତ୍ସାଧୀନ ଅବସ୍ଥାରେ ଦୁବାଇରେ ଦେହାନ୍ତ
  • ||
  • ବ୍ରହ୍ମପୁର : ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା, ୨୪୦ କିଲୋ ଗଞ୍ଜେଇ ଜବତ
  • ||

ଯାତ୍ରୀବାହୀ ବସ୍ ସହ ଟ୍ରେଲର ମୁହାଁମୁହିଁ ଧକ୍କା, ୧୦ରୁ ଅଧିକ ଯାତ୍ରୀ ଆହତ

16/08/2022 at 10:12 AM

ଢେଙ୍କାନାଳ : ୫୫ ନମ୍ବର ଜାତୀୟ ରାଜପଥ ଢେଙ୍କାନାଳ ସହର ଉପକଣ୍ଠ କଣ୍ଟେଇକୋଳିଆ ନିକଟରେ ଟ୍ରେଲର-ବସ୍ ଧକ୍କା ହୋଇଛି । ‘ଜଗନ୍ନାଥ’ ନାମକ ବସ୍‌କୁ ଧକ୍କା ଦେଲା ଟ୍ରେଲର । ବସ୍‌ରେ ଥିବା ପ୍ରାୟ ୬୦ଜଣ ଯାତ୍ରୀଙ୍କ ମଧ୍ୟରୁ ୧୦ରୁ ଅଧିକ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଳଚେରରୁ ଭୁବନେଶ୍ବର ଯାଉଥିବା ବେଳେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି ।

ସୂଚନାଯୋଗ୍ୟ ଯେ, ତାଳଚେର ଭୁବନେଶ୍ବର ଆସୁଥିବା ‘ଜଗନ୍ନାଥ’ ନାମକ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ୫୫ ନମ୍ବର ଜାତୀୟ ରାଜପଥ ଢେଙ୍କାନାଳ ସହର ଉପକଣ୍ଠ କଣ୍ଟେଇକୋଳିଆ ନିକଟରେ ଏହି ବସ୍‌କୁ ଏକ ଟ୍ରେଲର ଧକ୍କା ଦେଇଛି ।  କଟକ ପଟୁ ଆସୁଥିବା ଏକ ଟ୍ରେଲର ସହ ବସ୍ ମୁହାଁମୁହିଁ ଧକ୍କା ହେବା ପରେ ବସ୍‌ଟି ରାସ୍ତା ପାର୍ଶ୍ଵର ଏକ ଖାଲରେ ପସିଯାଇଥିବା ଜଣାପଡିଛି । ତେବେ ବସ୍ରେ ୬୦ରୁ ଅଧିକ ଯାତ୍ରୀ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି ।  ଖବର ପାଇ ଦମକଳ ବାହିନୀ ଓ ସ୍ଥାନୀୟ ଲୋକ ଆହତମାନଙ୍କୁ ବସ୍‌ରୁ ଯାତ୍ରୀମାନଙ୍କୁ ଉଦ୍ଧାର କରିଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତ ଯାତ୍ରୀମାନେ କଟକ ଭୁବନେଶ୍ବର ଓ ତାଳଚେର ଅଞ୍ଚଳର ବୋଲି ଜଣାପଡିଛି ।

   Related Posts