Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମହାରାଷ୍ଟ୍ରରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକ୍-ବସ୍ ମୁହାଁମୁହିଁ ଧକ୍କା, ୧୦ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

13/01/2023 at 10:07 AM

ନାସିକ୍ ୧୩/୦୧: ମହାରାଷ୍ଟ୍ରର ସିନ୍ନର-ଶିରଡୀ ରାଜପଥରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ପାଥରେ ନିକଟରେ ଏକ ଟୁରିଷ୍ଟ ବସ୍ ଏବଂ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଏହି ଦୁର୍ଘଟଣାରେ ୧୦ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଘରୋଇ ବସ୍‌ରେ ଥିବା ଅଧିକାଂଶ ଯାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ବସ୍‌ରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ ।

ପୋଲିସର ସୂଚନାନୁସାରେ, ଉଲହାସନଗରରୁ ସାଇ ଦର୍ଶନ ପାଇଁ ଯାଇଥିବା ୧୫ ଟି ବସ୍ ମଧ୍ୟରୁ ଏହା ଗୋଟିଏ । ଶୁକ୍ରବାର ସକାଳେ ସାଇ ଭକ୍ତଙ୍କୁ ନେଇ ଯାଉଥିଲା ଟୁରିଷ୍ଟ ବସ୍ । ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରିଲିଫ ଓ ଉଦ୍ଧାର ଜାରି ରଥିଛି । ପୋଲିସ ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଛି ।

   Related Posts