scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଏୟାର ଇଣ୍ଡିଆଙ୍କ ବଡ଼ ଘୋଷଣା, ସଞ୍ଚାଳନରେ  ସାମିଲ ହେବେ ଆଉ ୧୦ ବିଶାଳ ବିମାନ

7/08/2022 at 6:56 PM

ନୂଆଦିଲ୍ଲୀ ୭।୮: ଏୟାର ଇଣ୍ଡିଆ ସଞ୍ଚାଳନରୁ ବାହାରେ ଥିବା ନିଜର ୧୦ ବିଶାଳ ବିମାନଙ୍କୁ ୨୦୨୩ ଆରମ୍ଭ ପର୍ଯ୍ୟନ୍ତ ପୁଣି ସେବାରେ ସାମିଲ କରିବେ। ରବିବାର କମ୍ପାନୀଙ୍କ ଏକ ବୟାନରୁ ଏହା ଜଣାପଡିଛି। ଭାରତରେ କମ୍ପାନୀର ବିଶାଳ ନେଟୱାର୍କ ରହିଛି ଓ ସାରା ଦେଶରେ ୩୦ରୁ ଅଧିକ ବିମାନ ଉଡାଣ କରୁଛନ୍ତି। ତେବେ ସଞ୍ଚାଳନରୁ ବାହାରେ ଥିବା ଏୟାର ଇଣ୍ଡିଆଙ୍କ ୧୦ ବିଶାଳ ବିମାନଙ୍କୁ ସେବାରେ ସାମିଲ କରିବାକୁ ନିଷ୍ପତ୍ତି ନେଇଛି।

ଏୟାର ଇଣ୍ଡିଆଙ୍କ ବିଶାଳକାୟ ବିମାନ ଗୁଡିକର ଇନ୍ଧନ ଟ୍ୟାଙ୍କ ବହୁତ ବଡ। ଯେଉଁଗୁଡିକୁ ଭାରତ-ଆମେରିକା ଓ ଭାରତ-କାନାଡା ମଧ୍ୟରେ ଦୀର୍ଘ ଦୂରତାର ଅନ୍ତର୍ଦେଶୀୟ ମାର୍ଗରେ ବେଶ ସୁଗମ ଉଡାଣ କରାଇ ହେବ। ଏୟାର ଇଣ୍ଡିଆଙ୍କ ବିମାନ ଫ୍ଲିଟ୍‌ରେ ଏବେ ୪୩ଟି ବିମାନ ଅଛନ୍ତି। ଏଥିରୁ ୩୩ଟି ସଞ୍ଚାଳିତ ହେଉଥିବା ବେଳେ ୧୦ଟି ସଞ୍ଚାଳନରୁ ବାହାରେ ଅଛନ୍ତି। ତେବେ ବର୍ତ୍ତମାନ ଏୟାର ଇଣ୍ଡିଆ ୨୮ଟି ବିମାନଙ୍କୁ ସଞ୍ଚାଳିତ କରୁଛନ୍ତି।

ଏୟାର ଇଣ୍ଡିଆଙ୍କ ଅନୁସାରେ ୨୦୨୩ ଆରମ୍ଭ ସୁଦ୍ଧା ସବୁ ବିମାନଙ୍କୁ ସଞ୍ଚାଳନରେ ସାମିଲ କରାଯିବ। ଏୟାର ଇଣ୍ଡିଆଙ୍କ ରବିବାର ଘୋଷଣାରେ ୩୧ ଅଗଷ୍ଟ ପରେ ଦିଲ୍ଲୀ ଓ କାନାଡାର ଭାଙ୍କୋଭର ମଧ୍ୟରେ ବିମାନ ସେବା ଆରମ୍ଭ କରାଯିବ। ଏବେ ଦିଲ୍ଲୀ-ଭାଙ୍କୋଭର ମାର୍ଗରେ ସପ୍ତାହକୁ ୩ଟି ବିମାନ ସଞ୍ଚାଳିତ ହେଉଛନ୍ତି। ତେବେ ଭାରତ ଓ କାନାଡା ମଧ୍ୟରେ ଯାତାୟାତ ବୃଦ୍ଧିକୁ ନଜରରେ ରଖି ଦିଲ୍ଲୀ-ଭାଙ୍କୋଭର ମାର୍ଗରେ ବିମାନ ସଂଖ୍ୟା ବୃଦ୍ଧି କରିବାକୁ ବିଚାର କରାଯାଉଛି।

ଟାଟା ସମୂହ ଏୟାର ଇଣ୍ଡିଆ କ୍ରୟ କରିବା ପରେ ଏବେ ବୋଇଂ  ନିକଟତର ହୋଇ କାମ କରୁଛି। ଏଣୁ ସଞ୍ଚାଳନରୁ ବାହାରେ ଥିବା ବିମାନଗୁଡିକୁ ପୁଣି ସେବାରେ ସାମିଲ କରିବାରେ କୌଣସି ଅସୁବିଧା ହେବ ନାହିଁ। ଏହି ବିମାନଗୁଡିକ କୋଭିଡ-୧୯ ଓ ଅନ୍ୟ କାରଣରୁ ଦୀର୍ଘ ସମୟ ହେଲା ଛିଡା ହୋଇ ରହିଲେଣି। ଉଲ୍ଲେଖଯୋଗ୍ୟ ଯେ ଟାଟା ସମୂହ ଏୟାର ଇଣ୍ଡିଆକୁ ଜାନୁୟାରୀ ୨୭ରୁ ନିଜ ହାତକୁ ନେଇଛନ୍ତି। ଏୟାର ଇଣ୍ଡିଆଙ୍କ ନବନିଯୁକ୍ତ ସିଏମଡି କ୍ୟାମ୍ପବେଲ ୱିଲସନ ରବିବାର ଏକ ବୟାନରେ ଦିଲ୍ଲୀ-ଭାଙ୍କୋଭର ବିମାନ ସଂଖ୍ୟା ବୃଦ୍ଧି ଅନ୍ତର୍ଜାତୀୟ ନେଟୱାର୍କ ପରିସର ସମ୍ପ୍ରସାରଣରେ ପ୍ରଥମ ପଦକ୍ଷେପ ହେବ ବୋଲି କହିଛନ୍ତି।

   Related Posts