ଲୋକସେବା ଭବନରେ କରୋନା: ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୧୦ କର୍ମଚାରୀ ସଂକ୍ରମିତ

Published By : Prameya-News7 Bureau | August 07, 2020 IST

ଭୁବନେଶ୍ୱର ୭/୮: ଲୋକସେବା ଭବନରେ ପୁଣି କରୋନା । ଏଥର ସ୍ୱାସ୍ଥ୍ୟ ବିଭାଗର ୧୦ ଜଣ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ହୋଇଛନ୍ତି । ଏହାକୁ ନେଇ ସ୍ୱାସ୍ଥ୍ୟ ବିଭାଗକୁ ସୋମବାର ପର୍ଯ୍ୟନ୍ତ ସିଲ୍‌ କରାଯାଇଛି। ସୂଚନା ଅନୁସାରେ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଓ ଉପ ସଚିବ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ନମୁନା ପରୀକ୍ଷଣରୁ ଜଣାପଡ଼ିଛି । ପଜିଟିଭ୍‌ ଚିହ୍ନଟ କର୍ମଚାରୀ ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ଏବେ ଆଇସୋଲେସନରେ ରଖାଯାଇଛି । ବିଭାଗକୁ ସାନିଟାଇଜ୍‌ କରାଯିବା ପରେ ସିଲ ଖୋଲିବ ବୋଲି ସୂଚନା ମିଳିଛି । ସ୍ୱାସ୍ଥ୍ୟ ବିଭାଗର ଜଣେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଏହି ୧୦ଜଣ ଯାକ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଗତ କିଛି ଦନ ତଳେ ଲୋକସେବା ଭବନ କର୍ମଚାରୀ କରୋନା ସଂକ୍ରମିତ ହୋଇଥିଲେ । ଏହାକୁ ଦୃଷ୍ଟିରେ ରଖି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି । ଏଠାରେ ପଜିଟିଭ୍‌ ସଂଖ୍ୟା ବଢ଼ୁଥିବାରୁ କର୍ମଚାରୀଙ୍କ ମଧ୍ୟରେ ଭୟ ପ୍ରକାଶ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.