ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

‘୧୦ ମାସର ଶିଶୁକୁ ବି ଲାତ ମାରିଲେ, ଆତଙ୍କବାଦୀ ଗଲାପରେ କାନ୍ଦିଥିଲି’: ବର୍ବରତାର କାହାଣୀ କହିଲେ ପୋଲିସ ଅଧିକାରୀଙ୍କ ବୋହୁ

29/06/2021 at 3:29 PM

ପୁଲୱାମା ୨୯/୦୬ : ଜାମ୍ମୁ କାଶ୍ମୀର ପୁଲୱାମାରେ ଆତଙ୍କବାଦୀଙ୍କ ବର୍ବରତାର ଶିକାର ହୋଇଥିବା ପରିବାରର ଝିଅ ମଧ୍ୟ ସୋମବାର ଦିନ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି। ରବିବାର ରାତି ପ୍ରାୟ ୧୧ଟା ସମୟରେ ପୋଲିସ ଅଧିକାରୀ ଫେୟାଜ ଅହମଦ ଭଟ୍ଟଙ୍କ ଘରେ ପଶି ଆତଙ୍କବାଦୀ ତାଙ୍କୁ, ତାଙ୍କ ପତ୍ନୀ ଓ ଝିଅକୁ ଗୁଳି କରିଥିଲେ। ଫେୟାଜ ଅହମଦ ଓଏ ତାଙ୍କ ପତ୍ନୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଆତଙ୍କବାଦୀଙ୍କ ଏହି ବର୍ବରତାର କାହାଣୀ ହୃଦୟ ବିଦାରକ। ଆତଙ୍କବାଦୀ ଏତେ ନିଷ୍ଠୁର ଯେ ମା’ କୋଳରେ ଶୋଇଥିବା ୧୦ ମାସର ଶିଶୁକୁ ଲାତ ମାରି ତଳେ ପକାଇ ଦେଇଥିଲେ।

ଟାଇମ୍ସ ଅଫ ଇଣ୍ଡିଆ ଖବର ଅନୁଯାୟୀ, ପୋଲିସ କହିଛି ଯେ ଆତଙ୍କବାଦୀ ମୁହଁ ଢାଙ୍କି ଏକେ-୪୭ ରାଇଫଲ ନେଇ ଭଟ୍ଟଙ୍କ ଘରେ ପଶିଥିଲେ। କବାଟ ଖୋଲିବା ମାତ୍ରେ ଭଟ୍ଟଙ୍କୁ ଗୁଳି କରିଥିଲେ। ତାପରେ ତାଙ୍କ ପତ୍ନୀ ରାଜା ବାନୋଙ୍କୁ ଗୁଳି କରିଥିଲେ। ବାପା-ମା’ଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିବା ୨୧ ବର୍ଷୀୟ ଝିଅ ରଫିକାଙ୍କୁ ମଧ୍ୟ ଗୁଳି କରିଥିଲେ।

ଫେୟାଜ ଅହମଦ ଭଟ୍ଟଙ୍କ ବୋହୁ ସାଇମା ନିଜ ଶିଶୁକୁ ଶୁଆଉଥିଲେ। ଆତଙ୍କବାଦୀ ତାଙ୍କୁ ଓ ଶିଶୁକୁ ଗୋଇଠା ମାରିଥିଲେ ଓ ସେଠାରୁ ଯିବାକୁ ବାଧ୍ୟ କରିଥିଲେ। ସାଇମା କହିଛନ୍ତି, ସେ ଆତଙ୍କବାଦୀଙ୍କୁ ନିଜର ଓ ଶିଶୁର ଜୀବନ ଭିକ୍ଷା ମାଗିଥିଲେ କିନ୍ତୁ ସେମାନେ ଶୁଣି ନଥିଲେ। ପରିବାର ଲୋକଙ୍କୁ ଯେଉଁଭଳି ଭାବେ ତାଙ୍କ ଆଖି ସାମ୍ନାରେ ହତ୍ୟା କରାଗଲା ସେ ଭୟରେ ସେ ପାଟି କରିବାକୁ ବି ସାହସ କରିନଥିଲେ। ନିଜ ଶିଶୁକୁ ନେଇ ସେ ଅନ୍ୟ କୋଠରୀକୁ ଚାଲିଗଲେ ଓ ଆତଙ୍କବାଦୀମାନେ ଯିବାପରେ କାନ୍ଦିଥିଲେ ବୋଲି ସେ କହିଛନ୍ତି।

ସାଇମାଙ୍କ ସ୍ୱାମୀ ଲିୟାକତ ଫେୟାଜ ସେନାରେ ଅଛନ୍ତି ଓ ପୁଲୱାମାର ଖ୍ରଉରେ ନିୟୋଜିତ ଅଛନ୍ତି। ଏପଟେ ପରିବାର ଉପରେ ଆତଙ୍କବାଦୀ ହମଲା କଲାବେଳେ ସେ ଡ୍ୟୁଟିରେ ଥିଲେ। ପତ୍ନୀଙ୍କ ସହ କଥା ହୋଇ ସେ ଘରକୁ ଫେରିବାବେଳେ ବାପା-ମା’ଙ୍କ ମୃତ୍ୟୁ ହୋଇସାରିଥିଲା ଓ ସାନ ଭଉଣୀ ଜୀବନ-ମୃତ୍ୟୁ ସହ ସଂଗ୍ରାମ କରୁଥିଲା।

ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ପାକିସ୍ତାନୀ ବୋଲି ଜଣାପଡିଛି। ଭଟ୍ଟଙ୍କ ଘରେ ପହଞ୍ଚିଥିବା କାଶ୍ମୀର ରେଞ୍ଜର ଆଇଜିପି ବିଜୟ କୁମାର କହିଛନ୍ତି ଯେ ଆକ୍ରମଣକାରୀଙ୍କ ମଧ୍ୟରୁ ଜଣେ କୋଶୁର କହୁଥିବା ବେଳେ ଅନ୍ୟଟି ଉର୍ଦ୍ଦୁ ଭାଷାରେ ଅନୁବାଦ କରୁଥିଲା। ସେ କହିଛନ୍ତି ଯେ ସେହି ଅଞ୍ଚଳରେ ଜୈଶ ଆତଙ୍କବାଦୀଙ୍କ ବିଷୟରେ ସୂଚନା ମିଳିଛି ଏବଂ ଜଣେ ବ୍ୟକ୍ତି ପାକିସ୍ତାନୀ ବୋଲି ପ୍ରମାଣ ମିଳିଛି।

   Related Posts