ବାପାର ଭୁଲାମନ ପାଇଁ ଚାଲିଗଲା ୧୦ ମାସ ଶିଶୁର ଜୀବନ
14/09/2023 at 10:50 PM

ପର୍ତ୍ତୃଗାଲ,୧୪/୦୯: କାର୍ ଭିତରେ ଚିତ୍କାର କରୁଥିଲା କୁନି ଶିଶୁ। ହେଲେ ତାର ଡାକକୁ କେହି ଶୁଣିପାରିଲେନି। ଆଉ କାନ୍ଦି କାନ୍ଦି କଅଁଳା ନିଷ୍ପାପ ପିଲାଟିର ଚାଲିଗଲା ଜୀବନ। ବାପାର ଭୁଲାମନ ପାଇଁ ଚାଲିଗଲା ୧୦ ମାସ ଶିଶୁର ଜୀବନ। ନିବୁଜ କାର୍ ଭିତରେ ୭ ଘଣ୍ଟା ରହିବାରୁ ତାର ମୃତ୍ୟୁ ହୋଇଛି। ଏଭଳି ଘଟଣା ଘଟିଛି ପର୍ତ୍ତୃଗାଲ ସହରରେ।
ରିପୋର୍ଟ ଅନୁସାରେ ବ୍ୟକ୍ତି ଜଣକ ଅଫିସ୍କୁ ଯିବା ପୂର୍ବରୁ ତାଙ୍କ ନର୍ସରୀରେ ଛାଡ଼ି ଚାଲିଯାଆନ୍ତି। କିନ୍ତୁ ଦୁର୍ଭାଗ୍ୟବଶତଃ ସେଦିନ ଝିଅକୁ କାର୍ରେ ଛାଡ଼ି ଅଫିସ୍ ଚାଲିଯାଇଥିଲେ। ବ୍ୟକ୍ତି ଜଣକ( ଝିଅର ବାପା)ଜଣେ ଅଧ୍ୟାପକ। ନୋ ନୋଭା ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ରେ ଗାଡ଼ି ପାର୍କିଂ କରି ଅଫିସ୍କୁ ଚାଲିଯାଇଥିଲେ। ଅଫିସ୍ ଫେରିବା ପରେ ସେ ଆଶ୍ଚର୍ଯ୍ୟ ହେବାସହ ଝିଅକୁ କାର୍ ଭିତରେ ଅଚେତ୍ ଅବସ୍ଥାରେ ଦେଖିବାକୁ ପାଇଥିଲେ।
କର୍ତ୍ତୃପକ୍ଷଙ୍କ କହିବାନୁସାରେ ବ୍ୟକ୍ତି ଜଣକ ଜରୁରୀକାଳୀନ ସେବାକୁ ଫୋନ୍ କରିଥିଲେ। ତେବେ ଡାକ୍ତରୀ ଟିମ୍ ପିଲାକୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେବି ବିଫଳ ହୋଇଥିଲେ। ଓ୍ୱେବସାଇଟ୍ ମେଟ୍ରୋ ଅନୁସାରେ ସେହି ଅଞ୍ଚଳର ତାପମାତ୍ରା ୨୬ ଡିଗ୍ରୀ ଥିଲା। ଏହାର ଅର୍ଥ ନିବୁଜ କାର୍ରେ ଏହାର ତାପମାତ୍ରା ଦୁଇ ଗୁଣା ହୋଇଥିବ।
ଖବର ଜାଣିବା ପରେ ଝିଅର ମାଆ ଘଟଣାସ୍ଥଳକୁ ଯାଇଥିଲେ। ଝିଅକୁ ହରାଇବା ସେ ମାନସିକ ଭାରସାମ୍ୟ ହରାଇଛନ୍ତି। ଅଧିକାରୀଙ୍କ ସୂଚନା ଅନୁସାରେ ଝିଅଟି ଶୋଇପଡ଼ିଥିବାରୁ ସେ କାର୍ରେ ଥିବା ବାପା ଭୁଲିଯାଇଥିଲେ। ପ୍ରକାଶଥାଉକି ଶବ ବ୍ୟବଚ୍ଛେଦ କରାଯାଇଥିଲେବି ରିପୋର୍ଟ ଆସିନାହିଁ।