oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ସିଂଘୁ ସୀମାରେ ୧୦ ଲେବଲ୍ ବ୍ୟାରିକେଡ୍: ଗୋଟିଏ କିଲୋମିଟର ପୂର୍ବରୁ ଗଣମାଧ୍ୟମ ଏଣ୍ଟ୍ରି ବନ୍ଦ

3/02/2021 at 12:41 PM

ନୂଆଦିଲ୍ଲୀ ୦୩/୦୨ : କୃଷକ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ସିଂଘୁ ସୀମାରେ ସୁରକ୍ଷା ବ୍ୟବସ୍ଥା ଆହୁରି କଡାକଡି କରିଛି। କୃଷକଙ୍କୁ ଦିଲ୍ଲୀକୁ ଆସିବାରେ ରୋକିବା ପାଇଁ ଦିଲ୍ଲୀ ପୋଲିସ ୧୦ ଲେବଲର ବ୍ୟାରିକେଡ଼ ବ୍ୟବସ୍ଥା କରିଛି। ପ୍ରଦର୍ଶନ ସ୍ଥଳକୁ କଣ୍ଟା ତାରରେ ଘେରାଉ କରିଛି। ରାସ୍ତାରେ ବଡ ବଡ ଡିଭାଇଡର ରଖି ରାସ୍ତା ବନ୍ଦ କରିଦେଇଛି। କୃଷକଙ୍କ ପ୍ରଦର୍ଶନ ସ୍ଥଳ ଯାଏଁ ଯେପରି କେହି ପହଞ୍ଚି ନ ପାରିବେ ସେଥିପାଇଁ ଗଣମାଧ୍ୟମକୁ ଦୁରେଇ ରଖିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଆଇନ ବ୍ୟବସ୍ଥା ବଜାୟ ରଖିବାକୁ ଗଣମାଧ୍ୟମକୁ ଗୋଟିଏ କିଲୋମିଟର ଦୂରରେ ରହିବାକୁ ପ୍ରତିବନ୍ଧକ ଲଗାଇଛି।

ଦିଲ୍ଲୀ ପୋଲିସର କଡା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ସିଂଘୁ ସୀମା ଆଖପାଖ ସମସ୍ତ ରାସ୍ତା ମଧ୍ୟ ବନ୍ଦ କରି ଦିଆଯାଇଛି। ଯାହାଫଳରେ କୃଷକଙ୍କ ଛଡା ସେଠାରେ ବସବାସ କରୁଥିବା ସାଧାରଣ ଜନତାଙ୍କୁ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ରାଜପଥ ସହ ସଂଯୋଜିତ ରାସ୍ତା ବନ୍ଦ ହେବ ଯୋଗୁଁ ପୁରା ଅଞ୍ଚଳରେ ଗମନାଗମନ ପ୍ରଭାବିତ ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଲୋକଙ୍କୁ ମଧ୍ୟ ମୁଖ୍ୟ ରାସ୍ତାକୁ ଯିବାକୁ ଅନୁମତି ନାହିଁ। ରାତିରୁ ହିଁ ଏହି ରାସ୍ତାରେ ଲୋକଙ୍କ ଯିବାଆସିବା ବନ୍ଦ ରହିଛି।

ସୂଚନାଯୋଗ୍ୟ ଯେ, ନୂଆ କୃଷି ଆଇନକୁ ବିରୋଧ କରି ଦୁଇ ମାସରୁ ଅଧିକ ହେଲାଣି କୃଷକ ଦିଲ୍ଲୀରେ ସୀମାରେ ବିରୋଧ ରଦର୍ଶନ କରୁଛନ୍ତି। କୃଷକଙ୍କୁ ଦିଲ୍ଲୀ ଆସିବାକୁ ରୋକିବା ପାଇଁ ପୋଲିସ ଅନେକ ବ୍ୟବସ୍ଥା କରିଛି। ଗାଜିପୁର ଓ ଟିକରି ସୀମା ଆଖପାଖ ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି। କୃଷକଙ୍କ ସମ୍ଭାବ୍ୟ ପ୍ରଦର୍ଶନକୁ କାବୁ କରିବାକୁ ବହୁ ସଂଖ୍ୟାରେ ପୋଲିସ ଓ ସୁରକ୍ଷାବଳ ଯବାନଙ୍କୁ ସୀମାରେ ନିୟୋଜିତ କରାଯାଇଛି। ପୋଲିସ ରାସ୍ତାରେ ରୋଡ଼ ଡିଭାଇଡର ମଧ୍ୟରେ କଂକ୍ରିଟ ପକାଇ ରାସ୍ତା ଜାମ କରିଦେଇଛି। ଏହାସହ ରାସ୍ତାରେ ଲୁହା କଣ୍ଟା ମଧ୍ୟ ବିଛେଇ ଦେଇଛି ଯେପରି କୃଷକ ଦିଲ୍ଲୀ ମଧ୍ୟକୁ ପ୍ରବେଶ କରିପାରିବେନି।

   Related Posts