ଟ୍ରେନ ଟିକେଟ ସହ ମାତ୍ର ୫୦ ପଇସାରେ ମିଳିବ ୧୦ ଲକ୍ଷ ଟଙ୍କାର ବୀମା, ପଢ଼ନ୍ତୁ ପୂରା ଖବର

Published By : Prameya-News7 Bureau | October 21, 2019 IST

ନୂଆଦିଲ୍ଲୀ୨୧|୧୦:  ମାତ୍ର ୫୦ ପଇସାରେ ଆପଣଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ରାଶି ମିଳିବ। ଆପଣ ନିଶ୍ଚିତ ଚିନ୍ତା କରୁଥିବେ ବଜା​‌ରରେ ୫୦ ପଇସା ମୂଲ୍ୟହୀନ ତେଣୁ ୫୦ ପଇସାରେ ୧୦ ଲକ୍ଷ ଟଙ୍କାର ବୀମା କଥା ଭାବିବା ସମ୍ପୂର୍ଣ୍ଣ ଭୁଲ। କିନ୍ତୁ ବିଶ୍ବାସ ନକଲେ ବି ମାତ୍ର ୫୦ ପଇସାରେ ୧୦ ଲକ୍ଷ ଟଙ୍କାର ବୀମା ରାଶି ମିଳିବା ଖବର ଶହେ ପ୍ରତିଶତ ସତ୍ୟ ।

ଇଣ୍ଡିଆନ ରେଲଓ୍ବେ କ୍ୟାଟ୍‌ରିଙ୍ଗ୍ ଆଣ୍ଡ ଟୁରିଜିମ୍‌ କୋର୍ପେରେସନ(IRCTC) ମାତ୍ର ୪୯ ପଇସାରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇନସୁରାନ୍ସ କଭର ଅଫର ଦେଇଛି। ଯେତେବେଳେ IRCTCର ଓ୍ବେବସାଇଟ୍‌ କିମ୍ବା ମୋବାଇଲ ଆପ୍‌ରେ ଟିକେଟ୍‌ ବୁକ୍‌ କରିବା ସମୟରେ ଇନସୁରାନ୍ସ ନେବା ପାଇଁ ଏକ ବିକଳ୍ପ ରହିଛି। ମାତ୍ର ୪୯ ପଇସାରେ ଆପଣ ଟ୍ରାଭେଲ ଇନସୁରାନ୍ସର ସୁବିଧା ନେଇ ପାରିବେ। ଭାରତୀୟ ନାଗରିକ ଟ୍ରାଭେଲ ଇନସୁରାନ୍ସର ସୁବିଧା ନେଇ ପାରିବେ। IRCTCର ଓ୍ବେବସାଇଟ୍‌ ଅନୁସାରେ ରେଳ ଦୁର୍ଘଟଣାରେ ମୃତ୍ୟୁ, ପୂର୍ଣ୍ଣ ବିକଳାଙ୍ଗ, ଆଂଶିକ ବିଳକାଙ୍ଗ ଓ ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚ ଟ୍ରାଭେଲ ଇନସୁରାନ୍ସ ବହନ କରିବ।

ରେଳ ଦୁର୍ଘଟଣାରେ ମୃତ୍ୟୁ ହେଲେ ୧୦ ଲକ୍ଷ ଟଙ୍କା, ବିକଳାଙ୍ଗ ବାବଦକୁ ୭.୫ ଲକ୍ଷ ଓ ହସ୍ପିଟାଲରେ ଚିକିତ୍ସା ବାବଦକୁ ୨ ଲକ୍ଷ ଟଙ୍କାର ପଲିସି କଭର ମିଳିବ ବୋଲି IRCTC ଓ୍ବେବସାଇଟ୍‌ରେ ଉଲ୍ଲେଖ ହୋଇଛି। ରେଳ କର୍ମଚାରୀଙ୍କ ସୂଚନା ଅନୁସାରେ ଅନଲାଇନରେ  ଟ୍ରେନ ଟିକେଟ୍ ବୁକିଂ କରିବା ସମୟରେ ଟ୍ରାଭେଲ ଇନସୁରାନ୍ସ ସେକ୍ସନ ଉପରେ କ୍ଲିକ୍ କରି ମାତ୍ର ୪୯ ପଇସାରେ ଏହି ସୁବିଧାର ଫାଇଦା ଉଠାଇ ପାରିବେ। ଆପଣଙ୍କ ରେଜିଷ୍ଟ୍ରିସନ ମୋବାଇଲ ନମ୍ବର ଓ ଇ-ମେଲ ମାଧ୍ୟରେ ଇନସୁରାନ୍ସ ପଲିସି ସୂଚନା ମିଳିବ। ଏହାସହ ନୋମିନେସନ ଡିଟେଲ୍ସ ଭରିବା ପାଇଁ ଏକ ଲିଙ୍ଗ୍ ଆପଣଙ୍କୁ ଦିଆଯିବ। ଏ ସଂପର୍କ​‌ରେ ଅଧିକ ଜାଣିବା ପାଇଁ IRCTCର ଓ୍ବେବସାଇଟ୍‌ରେ ସର୍ଚ୍ଚ କରି ପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.