୧୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ : ଜଣେ ଗିରଫ

Published By : Prameya-News7 Bureau | February 16, 2020 IST

କୋରାପୁଟ ୧୬/୨: ଗୋବର ଖତ ବୋଝେଇ ମେକ୍ସ ପିକପରେ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହେବା ସହ ଜଣକୁ ଅଟକ କରାଯାଇଛି ।  ଲମତାପୁଟ , ମାଛକୁଣ୍ଡ ପୋଲିସ ତୁସୁବା ଛକ ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ  ଏକ ପିକପ ଭ୍ୟାନକୁ ଅଟକାଇ ଥିଲା ।  ଦ୍ରୁତ ଗତିରେ ଆସୁ ଥିବା ପିକପ ଭ୍ୟାନ କିଛି ଦୂରରୁ ଅଟକି ସେଥିରୁ ଦୁଇ ଜଣ ଫେରାର ହୋଇଯାଇଥିବା ବେଳେ ଡ୍ରାଇଭରକୁ କାବୁ  କରିଥିଲା ପୋଲିସ ।   ଗୋବୋର ଖତ  ଗାଡି ଯାଞ୍ଚ କରି ବାରୁ  ସେଥିରେ ଥିବା  ୧ କୁଇଣ୍ଟାଲ ୫୬  କେଜି  ଗଞ୍ଜେଇକୁ ଜବତ କରିଥିଲା ପୋଲିସ । 

{"id":225054,"sizeSlug":"large"}

  ଅଟକ ଡ୍ରାଇଭର ଜଣକ ୧୨ ବର୍ଷ  ସଜା କାଟି ସାରିଥିବା ପୋଲିସ ସୂଚନା ଦେଇ ଛି ।  ଏହି ଗଞ୍ଜେଇ ସୁର୍ମୀ ଗ୍ରାମରୁ ସେମିଳି ଗୁଡା ଯାଇ ଥାନ୍ତା ସେଠାରୁ  ବାହାର ରାଜ୍ୟ ରାଞ୍ଚି କୁ ଚୋରାଚାଲାଣ ହେଉ ଥିବା ପୋଲିସ ସୂଚନା ଦେଇ ଛି ।   ଅଟକ ଡ୍ରାଇଭର ଜୟପୁର ବାରଣୀ ପୁଟ ର ସତ୍ୟା ନନ୍ଦ ସ୍ଵାଇଁ  କୁ ପୋଲିସ ପଚରାଉଚୁରା କରି ବହୁ ଅନ୍ତ ରାଜ୍ୟ ଗଞ୍ଜେଇ ମାଫିଆଙ୍କ ନାମ ଜାଣିବାକୁ ପାଇଛି ।

{"id":225055,"sizeSlug":"large"}

ଏହି ବ୍ୟକ୍ତି ଠାରୁ ଗଞ୍ଜେଇ ମାଫିଆ ଏବଂ ଏହି ଗଞ୍ଜେଇ ର ଚେର କେତେ ଦୂର ଲମ୍ବିଛି  ସବୁ ତଥ୍ୟ ମିଳିଥିବା  ନେଇ ମାଛକୁଣ୍ଡ ପୋଲିସ ସୂଚନା ଦେଇଛି । ଗିରଫ ବ୍ୟକ୍ତିକୁ ଆଜି କୋର୍ଟ ଚାଲାଣ  କରାଯିବ । ଗଞ୍ଜେଇ ମାଫିଆ ମାନେ ବିଭିନ୍ନ ଅଭିନବ  ଉପାୟ ରେ ଗଞ୍ଜେଇ ଚୋରା ଚାଲାଣ କରିବାରେ ସକ୍ଷମ ହେଉଛନ୍ତି । ପୋଲିସ  ପାଇଁ ଏବେ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି ଯେ ଗଞ୍ଜେଇ ଚୋରା ଚାଲାଣ କିପରି ରୋକା ଯିବ ।

{"id":225056,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.