ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଚାନ୍ଦବାଲି : ଦୁର୍ଘଟଣା ପରେ ଡଙ୍ଗାରୁ ନଦୀକୁ ଖସିପଡିଲେ ୨ ଜଣ, ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସୁରକ୍ଷିତ ଉଦ୍ଧାର
  • ||
  • ରାହୁଲ ଗାନ୍ଧିଙ୍କୁ ଝଟକା ।। ରଦ୍ଦ ହେଲା ଲୋକସଭା ସଦସ୍ୟତା
  • ||
  • ସମ୍ବଲପୁର : ସମ୍ବଲପୁରରୁ ନକଲି ମଦ କାରଖାନା ଠାବ, ମଦ ତିଆରି ସାମଗ୍ରୀ ଜବତ
  • ||
  • ଭୁବନ : ମାମୁଁ ଘର ଯିବାବେଳେ ଧକ୍କା ଦେଲା ଟ୍ରକ୍ : ଚାଲିଗଲା ଝିଅର ଜୀବନ, ବାପା ଗୁରୁତର
  • ||
  • ସାନଖେମୁଣ୍ଡି : ମନ୍ଦିର ନିର୍ମାଣରେ ବ୍ୟବହୃତ ଗାଡି ପୋଡିଦେଲେ ଅଜଣା ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ବର : କେଶରୀ ରିୟଲ ଇଷ୍ଟେଟ୍ ଅଫିସରେ ED ରେଡ୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ପୁରୀ : ପୁରୀ ବେଳାଭୂମିରେ ମରିପଡିଛି ଅଲିଭ୍ ରିଡ୍‌ଲେ, ନିକଟରେ ପଡିରହିଛି ଅଣ୍ଡା
  • ||
  • କାମାକ୍ଷାନଗର : ମାରଣାସ୍ତ୍ର ଦେଖାଇ ଲୁଟ୍, ଗ୍ରାହକ ସେବାକେନ୍ଦ୍ର ମାଲିକଙ୍କଠାରୁ ୨ଲକ୍ଷ ଟଙ୍କା ଲୁଟିନେଲେ ଦୁଇ ଲୁଟେରା
  • ||
  • ଯାଜପୁର : ଦୀର୍ଘ ୧୬ ଘଣ୍ଟା ପରେ ନଦୀରୁ ମିଳିଲା ମହିଳାଙ୍କ ମୃତଦେହ, ଗୁରୁବାରଠୁ ଥିଲେ ନିଖୋଜ
  • ||
  • ଘଟଗାଁ : ଶିକ୍ଷକଙ୍କ ମନମୁଖି କାର୍ଯ୍ୟକୁ ଗ୍ରାମବାସୀଙ୍କ ବିରୋଧ, ଆଉ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ପାଇଁ ଦାବି
  • ||

ମାଛକୁଣ୍ଡ ପୋଲିସକୁ ବଡ ସଫଳତା, ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ କାର ସହ ୩ ଗିରଫ

17/03/2023 at 9:27 AM

ଲମତାପୁଟ ୧୭/୦୩: ପୁଣି ମାଛକୁଣ୍ଡ ପୋଲିସକୁ ବଡ ସଫଳତା । ଆନ୍ଧ୍ରରୁ ମହାରାଷ୍ଟ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ମାଛକୁଣ୍ଡ ପୋଲିସ । ବିଶେଷ ସୂତ୍ରରୁ ଖବର କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସ୍.ଡି.ପିଓଙ୍କ ନେତୃତ୍ୱରେ ମାଛକୁଣ୍ଡ ଏବଂ ଲମତାପୁଟ ପୋଲିସ ମିଳିତ ଭାବରେ ବଙ୍ଗତଲବୀର ଗ୍ରାମ ଛକ ନିକଟରେ ନାକା ବନ୍ଦୀ କରି ଅପେକ୍ଷା କରିଥିଲା ।

ଦ୍ରୁତ ଗତିରେ ଆସୁଥିବା ନମ୍ବର ବିହୀନ ଗଡିକୁ ଅଟକାଇ ଯାଞ୍ଚ କରିବାରୁ ୩ ବସ୍ତାରେ ଏକ କୁଇଣ୍ଟାଲ ଗଞ୍ଜେଇ ଥିବା ଜଣାପଡିଥିଲା । ଗାଡିରେ ଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରି ଯାଞ୍ଚ କରିବାରୁ ନଗତ ୩୦ ହଜାର ଟଙ୍କା ଏବଂ ୫ଟି ମୋବାଇଲ ଜବତ କରିଛି ପୋଲିସ । ୩ଟି ବସ୍ତାରେ ପ୍ରାୟ ଏକ କୁଇଣ୍ଟାଲ ଗଞ୍ଜେଇ ଥିବା ବେଳେ ଏହାର ମୂଲ୍ୟ ୧୦ଲକ୍ଷ ହେବ ବୋଲି ପୋଲିସ ସୂଚନା ଦେଇଛି ।

ଗିରଫ ତିନି ବ୍ୟକ୍ତି ମୁନେତ ମହାରାଷ୍ଟ୍ରର ଅଞ୍ଚଳର ମହମ୍ମଦ ସେଖ, ନାରାୟଣ ସାନ୍ତାରମଣ ଚୌଧରୀ ଏବଂ ରାହୁଲ ଇରାମନ ଇଙ୍ଗେଲେ ବୋଲି ଜଣାପଡିଛି । ଅଟକ ଗଞ୍ଜେଇ ମଫିଆଙ୍କୁ ପୋଲିସ ପଚରା ଉଚୁରା କରୁଛି ଏହି ଗଞ୍ଜେଇ କାହାଠାରୁ ଆଣି କାହାକୁ ବିକ୍ରି କରିଥାନ୍ତେ ତାକୁ ନେଇ ତଦନ୍ତ କରୁଛି ପୋଲିସ ।

   Related Posts