ଫୁଲିବାରେ ଲାଗିଛି ମହାନଦୀ, ମୁଣ୍ଡଳୀ ନିକଟରେ ୧୦ ଲକ୍ଷ ୫୭ ହଜାର କ୍ୟୁସେକ୍ ଜଳ ପ୍ରବାହିତ
15/08/2022 at 8:20 PM

କଟକ, ୧୫/୦୮: କଟକ ମଣ୍ଡଳୀ ନିକଟ ମହାନଦୀରେ ସନ୍ଧ୍ୟା ୭ ଟା ସୁଦ୍ଧା ୧୦ ଲକ୍ଷ ୫୭ ହଜାର ଛଅ ଶହ ଚାରି ଘନଫୁଟ ଜଳ ପ୍ରବାହିତ ହେଉଛି ।ସେହିଭଳି ନରାଜ ଉପର ମୁଣ୍ଡର ଜଳ ସ୍ତର ୯୫.୭୦ ଘନ ଫୁଟ ଥିବା ବେଳେ ତଳ ମୁଣ୍ଡର ଜଳ ସ୍ତର ୯୩.୬୦ ଘନଫୁଟ ରହିଛି।
ମୁଣ୍ଡଳୀ ନିକଟରେ ସଂଧ୍ୟା ୬ ଟା ସୁଦ୍ଧା ୧୦ ଲକ୍ଷ ୪୧ ହଜାର ୯ ଶହ ଏଗାର ଘନ ଫୁଟ ଜଳ ପ୍ରବାହିତ ହେଉଥିଲା । ସେହିଭଳି ନରାଜ ଉପର ମୁଣ୍ଡର ଜଳ ସ୍ତର ୯୫.୬୦ ଘନଫୁଟ ଥିବା ବେଳେ ତଳ ମୁଣ୍ଡର ଜଳ ସ୍ତର ୯୩.୪୦ ଘନ ଫୁଟ ରହିଥିଲା।