ଦୁଇଟି କାର୍ ମୁହାଁମୁହିଁ ଧକ୍କା ; ୧୦ ମୃତ, ୬ ଗୁରୁତର
28/05/2019 at 10:20 AM

ଯୋଧପୁର ୨୮|୫: ରାଜସ୍ଥାନ ଯୋଧପୁର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟମା ହୋଇଛି । ଦୁଇଟି କାର୍ ଧକ୍କା ହେବା ଫଳରେ ୧୦ଜଣଙ୍କର ମୃତ୍ୟୁ ହୋଇଛି । ଯୋଧପୁର ଠାରୁ ୪୦କିଲୋମିଟର ଦୂର ଆଗୋଲାଇରେ ଘଟିଛି ଦୁର୍ଘଟଣା । ଦୁଇଟି ଏସୟୁଭି କାର୍ ମୁହାଁ ମୁହିଁ ଧକ୍କା ହୋଇଛନ୍ତି ।
ଦୁଇଟି କାର୍ ରେ ପ୍ରାୟ ୧୭ଜଣ ଥିଲେ । ଦୁର୍ଘଟଣାରେ ୬ଜଣ ଗୁରୁତର ମଧ୍ୟ ହୋଇଛନ୍ତି । ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।