ଜୟପୁର ୨୩।୨: ରାସ୍ତା କଡରେ ଖୁଲମଖୁଲା ଚାଲିଥିଲା ଜୁଆ ଖେଳ । ଖବର ପାଇ ଚଢାଉ କରି ଜୁଆଡିଙ୍କୁ ମାଡି ବସିଲା ଜୟପୁର ସଦର ପୋଲିସ । ୧୦ ଜୁଆଡିଙ୍କୁ ପୋଲିସ ଗିରଫ କରିଥିବା ବେଳେ ୨୦ରୁ ୩୦ ଜଣ ଜୁଆଡି ଘଟଣାସ୍ଥଳରୁ ଖସି ପଳାଇଯାଇଛନ୍ତି। ଏମିତି ଘଟଣା ଘଟିଛି ଜୟପୁର ନିକଟସ୍ଥ ବାର୍ଲାହାଣ୍ଡି ଠାରେ।
{"id":413378,"sizeSlug":"large","linkDestination":"none"}
ଗିରଫ ହୋଇଥିବା ଜୁଆଡିଙ୍କଠାରୁ ୨୧ଟି ମଟର ସାଇକେଲ, ୧୦ଟି ସାଇକେଲ, ୭ଟି ମୋବାଇଲ ଓ ନଗଦ ୩୪୩୦ ଟଙ୍କା ଜବତ କରିଛି ପୋଲିସ । ଗିରଫ ଜୁଆଡିମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜୟପୁର ସଦର ଥାନା ଓଆଇସି ସୂଚନା ଦେଇଛନ୍ତି ।