oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇରାନ ବିମାନରେ ବୋମା ଆତଙ୍କ ପରେ ହାଇଆଲର୍ଟ, ଦିଲ୍ଲୀରେ ଅବତରଣ ଲାଗି ମିଳିଲାନି ଅନୁମତି
  • ||
  • ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି
  • ||
  • ଉତ୍ତରପ୍ରଦେଶ: ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୫ ମୃତ ଓ ଅନେକ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ନିର୍ମାଣାଧୀନ ଫ୍ଲାଇଓଭର ଭୁଷୁଡ଼ି ୧୦ ଆହତ

10/12/2020 at 2:02 PM

କୋଟା ୧୦/୧୨: ରାଜସ୍ଥାନର କୋଟାରେ ବୁଧବାର ରାତିରେ ଏକ ବଡ଼ ଧରଣର ଦୁର୍ଘଟଣା ହୋଇଛି। ଏଠାରେ ନିର୍ମାଣାଧୀନ ଫ୍ଲାଇଓଭରର ଗୋଟିଏ ପାର୍ଶ୍ବ ଭୁଷୁଡ଼ି ପଡ଼ିବାରୁ ୧୦ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳ ସମ୍ମୁଖରେ ଏକ ସପିଂ ମଲ୍ ମଧ୍ୟ ରହିଛି। କୁହାଯାଉଛି ଯେ ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଫ୍ଲାଇଓଭର ଖସି ପଡ଼ିବା ପଛର କାରଣ ଜଣା ପଡ଼ିପାରି ନାହିଁ। ସମସ୍ତ ଆହତ ସିଟି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସୂଚନା ଅନୁଯାୟୀ, ଏହି ୧୦ଜଣଙ୍କ ମଧ୍ୟରେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଯେଉଁ ସ୍ଲାବ୍ ତଳେ ଭୁଷୁଡ଼ିଛି,ତାହାକୁ ୪୫ଫୁଟ ଲମ୍ବା ଏବଂ ୩୫ଫୁଟ ଚଉଡ଼ା ନିର୍ମାଣ କରାଯାଉଥିଲା। ଫ୍ଲାଇଓଭରର ଗୋଟିଏ ପାର୍ଶ୍ବ ଭୁଷୁଡ଼ି ପଡ଼ିବା ଫଳରେ ଆଖ ପାଖର ଲୋକେ  ସେଠା​‌ରେ ପହଞ୍ଚିଥିଲେ ଏବଂ ପୋଲିସକୁ ଘଟଣା ବିଷୟରେ ସୂଚନା ଦେଇଥିଲେ। ଏହା ପରେ ରେସକ୍ୟୁ ଅପରେସନ ଆରମ୍ଭ କରାଯାଇଥିଲା। ଏଥିରେ ଚାପି ହୋଇ ରହିଥିବା ସମସ୍ତ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଆହତଙ୍କ ମଧ୍ୟରୁ ଜଣେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି।

ଏହି ମାମଲାରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବା କଥା କୁହାଯାଇଛି। ଏହା ସହିତ ଫ୍ଲାଇଓଭର ପାଇଁ ବ୍ରବହାର ହୋଇଥିବା ଜିନିଷର ଗୁଣବତ୍ତାକୁ ମଧ୍ୟ ଯାଞ୍ଚ କରାଯିବ। ଏହା ଦ୍ବାରା ଦୁର୍ଘଟଣା ପଛର କାରଣ ଜଣା ପଡ଼ି ପାରିବ।

   Related Posts