ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ସ୍କୁଲ ପରିସର ସଫେଇ ବେଳେ ଗୋଡେଇ ଗୋଡେଇ ବିନ୍ଧିଲେ ମହୁମାଛି, ୧୦ ଛାତ୍ରଛାତ୍ରୀ ଆହତ

30/08/2022 at 3:34 PM

ସୋର ୩୦।୮: ବେପରୁଆ ଶିକ୍ଷକ । କୋମଳମତି ଛାତ୍ରଛାତ୍ରୀଙ୍କୁ ନଜର ଦେଲିନି । ମହୁମାଛି ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିବାରୁ ୧୦ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ କୁଳଧରବିନ୍ଧା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ  କୁଳଧରବିନ୍ଧା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମହୁମାଛି କାମୁଡ଼ାରେ ୧୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି ।   ଛାତ୍ରଛାତ୍ରୀମାନଙ୍କୁ ଗଣେଶ ପୂଜା ପାଇଁ ସ୍କୁଲ ସଫା କରିବାକୁ ପ୍ରଧାନ ଶିକ୍ଷକ ଭରତ ସିଂ କହିଥିଲେ। ଛାତ୍ରଛାତ୍ରୀମାନେ ସ୍କୁଲ ପରିସର ସଫା କରୁଥିବା ସମୟରେ ପାଖରେ ଥିବା ନଟି ଟାଣି ଦେବାରୁ ମହୁମାଛିମାନେ ଛାତ୍ରଛାତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ । ମହୁମାଛି ଆକ୍ରମଣରେ ଛାତ୍ରଛାତ୍ରୀଙ୍କ ମୁହଁ, ହାତ, ଗାଲ, ମୁଣ୍ଡ ଫୁଲିଯାଇ ଦେହ ବିନ୍ଧାବିନ୍ଧି କରୁଥିବା ବେଳେ ପ୍ରଧାନ ଶିକ୍ଷକ ମେଡ଼ିକାଲ ନ ନେଇ ଘରକୁ ପଠାଇ ଦେଇଥିଲେ । ଫଳରେ ଅଭିଭାବକମାନେ ବାଧ୍ୟ ହୋଇ ମେଡ଼ିକାଲକୁ ନେଇଯାଇଥିଲେ । ମହୁମାଛି ଆକ୍ରମଣରେ ଆହତ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକ ଗାଁରେ ପହଂଚି ଅଭିଭାବକଙ୍କୁ ଦୁଇ ଶହ ଟଙ୍କା ଲେଖାଏଁ ଦେଉଥିବା କହିଛନ୍ତି । ପ୍ରଧାନ ଶିକ୍ଷକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ଅଭିଭାବକ ।

   Related Posts