ଭାରସାମ୍ୟ ହରାଇ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ ; ୧୦ ଯାତ୍ରୀ ଆହତ
15/01/2019 at 8:03 AM

ନୟାଗଡ ୧୫|୧: ଭାରସାମ୍ୟ ହରାଇ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ୧୦ ଯାତ୍ରୀ ଆହତ ହୋଇଛନ୍ତି । ଭାରସାମ୍ୟ ହରାଇ ଟାକେରା ଛକରେ ରାସ୍ତା କଡରେ ଥିବା ୩ଟି କ୍ୟାବିନରେ ପିଟିହେଲା ବସ୍ । ସମସ୍ତ ଆହତଙ୍କୁ ଦଶପଲ୍ଲା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବସ୍ରେ ୬୦ରୁ ଅଧିକ ଯାତ୍ରୀ ଥିଲେ । ସମସ୍ତେ ବଲାଙ୍ଗିର ଲୁଇସିଂହାରୁ ପୁରୀ ଯାଉଥିଲେ ।
Related Posts
ପବିତ୍ର ଶ୍ରୀପଞ୍ଚମୀରେ ପୁରୀରେ ରଥକାଠ ଅନୁକୂଳ
26 January 2023