ଶୀତଦିନେ ଥଣ୍ଡା-କାଶରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି ? ତେବେ ନିଶ୍ଚୟ ଖାଆନ୍ତୁ ଏହି ୧୦ଟି ଜିନିଷ

Published By : Prameya-News7 Bureau | November 30, 2020 IST

wp:heading {"level":5}
ତାପମାତ୍ରା ହ୍ରାସ ପାଇବା ମାତ୍ରେ ଲୋକଙ୍କୁ ଥଣ୍ଡା-କାଶ ସମସ୍ୟା ହୋଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ କରିଥାନ୍ତି। ତେବେ ଆସନ୍ତୁ ଜାଣିବା ୧୦ଟି ଇମ୍ୟୁନିଟି ବୁଷ୍ଟର ବିଷୟରେ ଯେଉଁଗୁଡ଼ିକ ଏହି ଋତୁରେ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ।
/wp:heading {"id":370257,"sizeSlug":"large"}
wp:heading {"level":5}
୧. ନାଲି କ୍ୟାପସିକମ୍ : ଭିଟାମିନ୍ ଇମ୍ୟୁନିଟିକୁ ବୁଷ୍ଟ୍ କରିବାରେ ସହାୟକ ହୋଇଥାଏ। ନାଲି କ୍ୟାପସିକମରେ ଖଟା ଫଳଠାରୁ ୨ଗୁଣା ଭିଟାମିନ୍ ସି ରହିଥାଏ। ପ୍ରତିଦିନ ୫ଟି ଅଲଗା ଅଲଗା ଫଳ-ପରିବା ଖାଇବା ଦ୍ବାରା ଶରୀରକୁ ୨୦୦ଗ୍ରାମ୍ ଭିଟାମିନ୍-ସି ମିଳିଥାଏ।
/wp:heading {"id":370258,"sizeSlug":"large"}
wp:heading {"level":5}
୨. ପାନମହୁରୀ : ପାନମହୁରୀରେ ପାଖାପାଖି ୨୦ପ୍ରତିଶତ ଭିଟାମିନ୍-ସି ରହିଥାଏ। ଏହା ପ୍ରତିଦିନ ସେବନ କରିବା ଦ୍ବାରା ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢ଼ିଥାଏ। ଏହା ଦ୍ବାରା ଶରୀରରେ ବ୍ୟାକ୍ଟେରିଆ ଏବଂ ଭାଇରସକୁ ନଷ୍ଟ କରୁଥିବା ଶ୍ବେତ ରକ୍ତ କୋଷ ସୃଷ୍ଟି ହୋଇଥାଏ। ଶରୀରକୁ ରୋଗମୁକ୍ତ ରଖିବାରେ ପାନମହୁରୀ ଅତ୍ୟନ୍ତ ଲାଭଦାୟକ ହୋଇଥାଏ।
/wp:heading {"id":370260,"sizeSlug":"large"}
wp:heading {"level":5}
୩. ୟୋଗର୍ଟ : ୟୋଗର୍ଟରେ ଥିବା ପ୍ରୋବାୟୋଟିକ୍ ତତ୍ତ୍ବ ଶରୀରକୁ ଦୂଷିତ ହେବାରୁ ରୋକିଥାଏ ଏବଂ ସଂକ୍ରମଣରୁ ଖୁବ୍ ଶୀଘ୍ର ରିକଭରୀରେ ସାହାଯ୍ୟ କରିଥାଏ। ୟୋଗର୍ଟରେ ଥିବା ପ୍ରୋବାୟୋଟିକ୍ସ ସୁସ୍ଥ ବ୍ୟାକ୍ଟେରିଆ ହୋଇଥାଏ ଯାହା ଡାଇଜେସନ ସିଷ୍ଟମକୁ ମଧ୍ୟ ଠିକ୍ ରଖିଥାଏ।
/wp:heading {"id":370261,"sizeSlug":"large"}
wp:heading {"level":5}
୪. ଗ୍ରୀନ୍ ଟି : ଗ୍ରୀନ୍ ଟି କେବଳ ଶୀଘ୍ର ଓଜନ କମାଇନଥାଏ ବରଂ ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଆମ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ଗ୍ରୀନ୍ ଟି ଅକ୍ସିଡାଣ୍ଟ ଏବଂ ରାଡିକଲ୍ସରୁ ଆମକୁ ମୁକ୍ତ କରିଥାଏ।
/wp:heading {"id":370262,"sizeSlug":"large"}
wp:heading {"level":5}
୫.କନ୍ଦମୂଳ : ଶୀତଦିନେ କନ୍ଦମୂଳ ଖାଇବା ଦ୍ବାରା ଅନେକ ବଡ଼ ବଡ଼ ଫାଇଦା ହୋଇଥାଏ। ଆଣ୍ଟିଅକ୍ସିଡାଣ୍ଟରେ ଭରପୂର କାର୍ବୋହାଇଡ୍ରେଟ୍ ଶରୀରରେ କୋଶିକାର କାର୍ଯ୍ୟକୁ ଠିକ୍ ଭାବେ ସମ୍ପାଦନ କରିଥାଏ।
/wp:heading {"id":370263,"sizeSlug":"large"}
wp:heading {"level":5}
୬. ରସୁଣ : ରସୁଣକୁ ତରକାରୀରେ ସ୍ବାଦ ବଢ଼ାଇବା ପାଇଁ ବ୍ୟବହାର କରାଯାଇଥାଏ। ଥଣ୍ଡା-କାଶରୁ ମୁକ୍ତି ପାଇଁ ଏହାର ସେବନ ଲାଭଦାୟକ। ରସୁଣରେ କ୍ୟାଲସିୟମ୍,ପୋଟାସିୟମ୍ ଏବଂ ସଲଫ୍ୟୁରିକ୍ କମ୍ପାଉଣ୍ଡ ରହିଥାଏ ଯାହା ଅବାଞ୍ଛିତ ବ୍ୟାକ୍ଟେରିଆରୁ ମୁକ୍ତି ଦେଇଥାଏ।
/wp:heading {"id":370264,"sizeSlug":"large"}
wp:heading {"level":5}
୭. ହଳଦୀ : ସବୁ ତରକାରୀରେ ବ୍ୟବହୃତ ହେଉଥିବା ହଳଦୀ ମଧ୍ୟ ଶରୀରରେ ଫ୍ରି ରାଡିକାଲ୍ସରୁ ହେଉଥିବା କ୍ଷତିରୁ ଆମକୁ ସୁରକ୍ଷା ପ୍ରଦାନ କରିଥାଏ। ହଳଦୀ ସେବନ କରିବା ଦ୍ବାରା ସଂକ୍ରମଣରୁ ବର୍ତ୍ତି ହେବ।
/wp:heading {"id":370265,"sizeSlug":"large"}
wp:heading {"level":5}
୮. ସାଲମନ ଫିସ୍ : ସାଲମନ ଫିସ୍ ଏକ ସୁପରଫୁଡ। ଏହାକୁ ପ୍ରୋଟିନର ଉଚ୍ଚ ସ୍ରୋତ ଭାବେ ଜଣା ଯାଇଥାଏ। ଓମେଗା -୩ ଫ୍ୟାଟି ଏସିଡରେ ଭରପୂର ସାଲମନ ଫିସ୍ ଟି-ସେଲ୍ସକୁ ସକ୍ରିୟ କରିବା ପାଇଁ ଜରୁରୀ ହୋଇଥାଏ। ଶରୀରରେ ଟି-ସେଲ୍ସ ଯେତେ ଅଧିକ ରହିବ,ଆପଣଙ୍କ ରୋଗ ହେବାର ସମ୍ଭାବନା ସେତେ କମ୍ ହେବ।
/wp:heading {"id":370266,"sizeSlug":"large"}
wp:heading {"level":5}
୯. ଅୟେଷ୍ଟର୍ସ : ଅୟେଷ୍ଟର୍ସ ଏକ ଚମତ୍କାର ସାମୁଦ୍ରିକ ଖାଦ୍ୟ। ଏଥିରେ ଥିବା ଭିଟାମିନ୍ ସି,ଭିଟାମିନ୍ ଇ ଏବଂ କେତେକ ଆଣ୍ଟି ଅକ୍ସିଡାଣ୍ଟ ଯାହା ଆପଣଙ୍କ କୋଶିକାର ଯତ୍ନ ନେଇଥାଏ।
/wp:heading {"id":370269,"sizeSlug":"large"}
wp:heading {"level":5}
୧୦. ବ୍ରସଲ୍ସ ସ୍ପ୍ରାଉଟ୍ : ବ୍ରସଲ୍ସ ସ୍ପ୍ରାଉଟ୍ କେବଳ ଅତ୍ୟନ୍ତ କମ୍ କ୍ୟାଲୋରୀ ସହ ଶରୀରକୁ ଜରୁରୀ ପୋଷକ ତତ୍ତ୍ବ ଦେଇଥାଏ ବରଂ ଏହା ଶରୀରରେ ଡ୍ୟାମେଜ ସେଲ୍ସକୁ ଠିକ୍ କରିଥାଏ। ଭିଟାମିନ୍ ସିର ପର୍ଯ୍ୟାପ୍ତ ଆବଶ୍ୟକତା ପାଇଁ ଆପଣଙ୍କୁ ପ୍ରତିଦିନ ଅଧା କପ୍ ବ୍ରସଲ୍ସ ସ୍ପ୍ରାଉଟ୍ ଖାଇବା ଉଚିତ୍।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.